Connect with us

ଦେଶ

ରେବାଡ଼ି ଗଣବଳାତ୍କାର l ବଦଳିଲେ ଏସପି କିନ୍ତୁ ଜଣେ ଅଭିଯୁକ୍ତ ଗିରଫ

ରେବାଡ଼ି ଗଣବଳାତ୍କାର l ବଦଳିଲେ ଏସପି କିନ୍ତୁ ଜଣେ ଅଭିଯୁକ୍ତ ଗିରଫ

ରେବାଡ଼ି ଗଣବଳାତ୍କାର l ବଦଳିଲେ ଏସପି କିନ୍ତୁ ଜଣେ ଅଭିଯୁକ୍ତ ଗିରଫ
ରେୱାଡି : ହରିୟାଣାର ରେୱାଡି ଜିଲ୍ଲାରେ ସିବିଏସ୍ଇ ଟପ୍ପର ୧୯ ବର୍ଷୀୟ ଯୁବତୀଙ୍କ ସହିତ ହୋଇଥିବା ବଳାତ୍କାର ଘଟଣା ପରେ ଜିଲ୍ଲା ଏସପିଙ୍କୁ ବଦଳି କରାଯାଇଛି । ମାମଲାରେ ଅଭିଯୁକ୍ତଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଡାକ୍ତରଙ୍କୁ ପୋଲିସ ଅଟକ ରଖିଛି । ଅଭିଯୁକ୍ତଙ୍କ ତଲାସିରେ ହରିୟାଣା, ରାଜସ୍ଥାନ, ଦିଲ୍ଲୀ ଓ ଅନେକ ରାଜ୍ୟର ଅନେକ ସ୍ଥାନରେ ଚଢ଼ାଉ କରାଯାଉଛି । ଶୀଘ୍ର ଅଭିଯୁକ୍ତମାନେ ପୋଲିସ ହାତମୁଠାକୁ ଆସିବେ ବୋଲି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି ।

ରେୱାଡି ଛାତ୍ରୀଙ୍କ ସହିତ ଗଣବଳାତ୍କାର ମାମଲାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରେୱାଡି ଏସପି ରାଜେଶ ଦୁଗଲଙ୍କୁ ବଦଳି କରିଛନ୍ତି । ରାହୁଲ ଶର୍ମାଙ୍କୁ ରେୱାଡିର ନୂତନ ଏସପି ନିଯୁକ୍ତ କରାଯାଇଛି । ଏହି ଭୟାନକ ଅପରାଧର ଚାରିଦିନ ପରେ ଜଣେ ଅଭିଯୁକ୍ତ ପୋଲିସ ହାତକୁ ଆସିଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ଧରିବା ପାଇଁ ଅନେକ ଦଳର ଗଠନ କରାଯାଇଛି ଏବଂ ଆଶା କରାଯାଉଛି ଯେ, ବାକି ଅଭିଯୁକ୍ତ ଶୀଘ୍ର ପୋଲିସ ହାତମୁଠାକୁ ଆସିଯିବେ । ଏହାସହିତ ମାମଲାରେ ପଚରାଉଚରା ପାଇଁ କିଛି ଲୋକଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି ।

ଅନ୍ୟପଟେ ପୀଡିତାଙ୍କ ମା’ ଅଭିଯୁକ୍ତଙ୍କୁ ଫାଶୀରେ ଝୁଲାଇବା ପାଇଁ ଦାବି କରିଛନ୍ତି । ଏହାସହିତ ଜିଲ୍ଲା ପ୍ରଶାସନ ଦ୍ୱାରା ଶନିବାର ଦିଆଯାଇଥିବା ୨ଲକ୍ଷ ଟଙ୍କାର ଚେକକୁ ମଧ୍ୟ ଫେରାଇ ଦେଇଛନ୍ତି । ସେ କହିଛନ୍ତି ଯେ, ଆମକୁ ଏହି ଚେକ୍ ଦରକାର ନାହିଁ । ଝିଅର ଇଜ୍ଜତ ପାଇଁ କ’ଣ ଏହି ମୂଲ୍ୟ ରଖାଯାଇଛି? ଆମକୁ କେବଳ ନ୍ୟାୟ ଦରକାର । ଆମେ କାନୁନର ଲମ୍ବା ହାତ ଥିବା କଥା ଶୁଣିଛୁ, ମାତ୍ର ପୋଲିସ ଏପର୍ଯ୍ୟନ୍ତ କରୁଛି କ’ଣ? ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ କ’ଣ ପାଇଁ ଧରାଯାଇନାହିଁ ବୋଲି ପୀଡିତାଙ୍କ ମା’ ପ୍ରଶ୍ନ କରିଛନ୍ତି ।

ଏହାପୂର୍ବରୁ ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେଲେ ସୂଚନାଦାତାଙ୍କୁ ଏକଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି । ପୋଲିସ ଶନିବାର ଅଭିଯୁକ୍ତଙ୍କ ନାମ ଓ ଫଟୋଗ୍ରାଫ୍ ଜାରି କରିଥିଲା । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସେନାର ଯବାନ ମଧ୍ୟ ସାମିଲ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ