Connect with us

ଆମ ଖବର

ରେଫ୍ରିଜେରେଟେର କିପରି ବ୍ୟବହାର କରିବେ

ସାଙ୍କେତିକ

ରେଫ୍ରିଜେରେଟେର କିପରି ବ୍ୟବହାର କରିବେ
୍‍ ଫ୍ରିଜ୍କୁ କାନ୍ଥଠାରୁ ଏକ ଫୁଟ ଦୂରରେ ରଖନ୍ତୁ । ଏହା ଦ୍ୱାରା କମ୍ପ୍ରେସର ଠିକ୍ ଭାବରେ ଚାଲି ପାରିବ ।
୍‍ ଫ୍ରିଜର ଟ୍ରେ ଉପରେ ଅଳ୍ପ ଲୁଣ ଛିଞ୍ଚି ଦେଲେ ବରଫ ଜମିବ ନାହିଁ ।
୍‍ ଫ୍ରିଜକୁ ବାରମ୍ବାର ଖୋଲିଲେ କିମ୍ବା ଖୋଲା ରଖିଲେ ତାହାର ଥଣ୍ଡା କରିବା କ୍ଷମତା ହ୍ରାସ ପାଇଥାଏ ।
୍‍ ଏହାକୁ କେବେ ବି ଡିଟରଜେଣ୍ଟ ପାଉଡରରେ ସଫା କରନ୍ତୁ ନାହିଁ ।
୍‍ ଫ୍ରିଜର ଭିତର ଭାଗ ଭିନେଗାରରେ ସଫା କରନ୍ତୁ ।
୍‍ ଫ୍ରିଜ୍ ଭିତରେ ତାପମାତ୍ରା ଠିକ୍ ରଖିବାକୁ ହେଲେ ତା’ ଭିତରେ ଅଧିକ ଗରମ ଥିବା ଖାଦ୍ୟ ରଖନ୍ତୁ ନାହିଁ ।
୍‍ ଫ୍ରିଜର ଟ୍ରେରେ ବରଫ ଲାଗି ଯାଇଥିଲେ ସେଗୁଡିକୁ ଅଲଗା କରିବା ପାଇଁ ସୋଡା ପାଣି ଛିଞ୍ଚନ୍ତୁ ।
୍‍ ଫ୍ରିଜରେ କଟା ପିଆଜ କିମ୍ବା ରସୁଣ ରଖୁଥିଲେ, ତାହାକୁ ଘୋଡାଇ ରଖିବାକୁ ଭୁଲନ୍ତୁ ନାହିଁ । ନହେଲେ ଫ୍ରିଜ୍ ଭିତରେ ଥିବା ଅବଶିଷ୍ଟ ଖାଦ୍ୟରୁ ପିଆଜ ରସୁଣ ଗନ୍ଧ ବାହାରିବ ।
୍‍ ଫ୍ରିଜର ବିଜୁଳି ବିଲ୍ କମ୍ ହେବା ପାଇଁ ଫ୍ରିଜ୍ କିଣିଲା ବେଳେ ଏହାର କମ୍ପ୍ରେସର ପ୍ରତି ଧ୍ୟାନ ଦିଅନ୍ତୁ । ଭଲ କମ୍ପ୍ରେସର ହେଲେ ବିଜୁଳି ଖର୍ଚ୍ଚ କମ ହୋଇଥାଏ ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର