Connect with us

ଦେଶ

ରାୟବରେଲିରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା!

ସାଙ୍କେତିକ

ରାୟବରେଲିରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା!
ନୂଆଦିଲ୍ଲୀ,୨୪ା୧ : ଗାନ୍ଧୀ-ନେହେରୁ ପରିବାରର ଦ୍ୱାଦଶ ସଦସ୍ୟ ଭାବେ ପ୍ରିୟଙ୍କା ଗାନ୍ଧି ଜାତୀୟ ରାଜନୀତିରେ ପ୍ରବେଶ କରିଛନ୍ତି । କଂଗ୍ରେସର ସାଧାରଣ ସମ୍ପାଦିକା ଏବଂ ପୂର୍ବ ଉତ୍ତରପ୍ରଦେଶ ପ୍ରଭାରୀ ଭାବେ ନିଯୁକ୍ତି ପରେ ଭଉଣୀ ପ୍ରିୟଙ୍କାଙ୍କ ନିର୍ବାଚନ ଲଢ଼ିବା ପରେ କଂଗ୍ରେସ ଅଧ୍ୟକ୍ଷ ତଥା ଭାଇ ରାହୁଲ ଗାନ୍ଧି ଗୁରୁବାର ସଙ୍କେତ ଦେଇଛନ୍ତି । ଅର୍ଥାତ ପ୍ରୟଙ୍କା ତାଙ୍କ ମା’ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାରମ୍ପରିକ ସଂସଦୀୟ ଆସନ ରାୟବରେଲିରୁ ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଛି ।

ରାୟବରେଲିର ଏକ ଜନସଭାରେ ରାହୁଲ କହିଛନ୍ତି ଯେ, ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ନେବା ପରେ ପ୍ରିୟଙ୍କା ସର୍ବପ୍ରଥମେ ରାୟବରେଲି ଆସିବେ ଓ ଲୋକଙ୍କ କଥା ବୁଝିବେ । ଅସୁସ୍ଥ ହେବା ପରଠାରୁ ସୋନିଆ ଗାନ୍ଧି ଆଉ ରାଜନୀତିରେ ସକ୍ରିୟ ନାହାନ୍ତି । ତେଣୁ ତାଙ୍କ ସ୍ଥାନରେ ଝିଅ ରାୟବରେଲିରୁ ନିର୍ବାଚନ ଲଢ଼ିବେ ଓ ତାଙ୍କ ସ୍ଥାନ ପୂରଣ କରିବେ ବୋଲି ଆଲୋଚନା ହେଉଥିଲା । ଏବେ ରାହୁଲ ଗାନ୍ଧିଙ୍କ ଘୋଷଣା ଏହି ଆଲୋଚନାକୁ ଖୋରାକ ଯୋଗାଇଛି । ୪୭ ବର୍ଷ ବୟସରେ ପ୍ରିୟଙ୍କାକୁ ଦଳୀୟ ଦାୟିତ୍ୱ ମିଳିଥିଲେ ବି ସେ ବହୁ ପୂର୍ବରୁ କଂଗ୍ରେସ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ସେ ୨୦୦୪ ଲୋକସଭା ନିର୍ବାଚନରେ ରାୟବରେଲି ଓ ଅମେଠିରେ ମା’ ସୋନିଆ ଓ ଭାଇ ରାହୁଲଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ ।

କୁହାଯାଉଛି ନିକଟରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନରେ ତାଙ୍କ ଭୂମିକା ରହିଥିଲା । ଏହାସହ ରାହୁଲ ନିଜ ଅଭିଭାଷଣରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଉପରେ ବର୍ଷିଥିଲେ । ରାଫେଲ ରାଜିନାମା, ବିମୁଦ୍ରାୟନ, ଜିଏସ୍ଟି ଭଳି ଅନେକ ପ୍ରସଙ୍ଗକୁ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡା ସମାଲୋଚନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ