Connect with us

ଅପରାଧ

ରାସ୍ତା ପାଶ୍ୱର୍ ଦୋକାନ ଉପରେ ମାଡିଗଲା ବସ୍ : ୪ ଗୁରୁତର

ସାଙ୍କେତିକ

ରାସ୍ତା ପାଶ୍ୱର୍ ଦୋକାନ ଉପରେ ମାଡିଗଲା ବସ୍ : ୪ ଗୁରୁତର
ନୟାଗଡ଼, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ନିକଟରେ ସୋମବାର ବିଳମ୍ବିତ ରାତିରେ ‘ଚକାଡ଼ୋଳା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ ଟି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ସ୍ଥ ଦୁଇଟି ଦୋକାନ ଉପରେ ଚଢ଼ି ଯାଇଥିଲା । ଦୁର୍ଘଟଣାରେ ୧୦ ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ତନ୍ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ବସ୍ ଟି ୬୦ରୁ ଉଦ୍ଧ୍ୱର୍ ଯାତ୍ରୀଙ୍କୁ ନେଇ ବଲାଙ୍ଗିରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଟାକରା ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଦୃତ ଗତିରେ ଆସୁଥିବା ଏହି ବସ୍ ଟି ବୁଲାଣିରେ ଭାରସାମ୍ୟ ହରାଇ ଦୋକାନ ଉପରେ ଚଢ଼ି ଯାଇଥିଲା । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ବସ୍ ଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ