Connect with us

ଆଞ୍ଚଳିକ

ରାଷ୍ଟ୍ରପତି ପୋଲିସ ପଦକ ପାଇଁ ଓଡ଼ିଶାରୁ ୨୯ ମନୋନୀତ

ରାଷ୍ଟ୍ରପତି ପୋଲିସ ପଦକ ପାଇଁ ଓଡ଼ିଶାରୁ ୨୯ ମନୋନୀତ
ନୂଆଦିଲ୍ଲୀ,୧୪ା୮ : ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ବିଭିନ୍ନ କ୍ୟାଡର ୨୯ଜଣ ପୋଲିସ ଅଧିକାରୀଙ୍କୁ ପୋଲିସ ପଦକ ମିଳିବ । ଏନେଇ ମଙ୍ଗଳବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଉଲ୍ଲେଖନୀୟ ସେବା ପାଇଁ ଭୁବନେଶ୍ୱର ସ୍ଥିତ ଇଓଡବ୍ଲ୍ୟୁର ଦୁଇଜଣ ଅତିରିକ୍ତ ଏସ ପି ସରୋଜ କୁମାର ରଥ ଓ ଶିବରଞ୍ଜନ ମହାନ୍ତିଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପାଇଁ ମନୋନୀତ କରାଯାଇଛି । ସେହିପରି ଭିଜିଲାନ୍ସ କଟକ ଅତିରିକ୍ତ ଏସ ପି ଏମ୍.ରାଧାକୃଷ୍ଣ ଓ ଭିଜିଲାନ୍ସ କଟକ ଶାଖା ସବ୍ ଇନ୍ସପେକ୍ଟର ରମେଶ ଚନ୍ଦ୍ର ନାୟକଙ୍କୁ ମଧ୍ୟ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ଚଳିତବର୍ଷ ସାହାସିକତା ପୁରସ୍କାର ପାଇଁ ନିରଞ୍ଜନ ସାହୁ, ଉମେଶ କୁମାର ସିଂହ, ହରିବନ୍ଧୁ ତୀରମାନୀ, ଭୀଷ୍ମ କାରୱାନ, ସାମନ୍ତ ମାଝି, ଅଜୟ ବେହେରା, ଜ୍ୟୋତିକୁମାର କିରୋ, ସୌମ୍ୟରଞ୍ଜନ ଦାଶ, ଧନେଶ୍ୱର ମାଝି ଓ ଭକ୍ତପ୍ରିୟ ସାହୁଙ୍କୁ ମନୋନୀତ କରାଯାଇଛି । ସେହିପରି ଉତ୍ତମ ସେବା ପାଇଁ ଉଦୟ କୁମାର ରଥ, ମୋହନ ପଟେଲ, ଚନ୍ଦ୍ରଶେଖର ପାତ୍ର, ଟଙ୍କଧର ପ୍ରଧାନ, ବିଜୟ କୁମାର ସାହୁ, ରାଧାବିନୋଦ ପାଣିଗ୍ରାହୀ, ଉଦୟ ଭାନୁ ମିଶ୍ର, ବୃନ୍ଦାବନ ଘଡେଇ, ରବୀନ୍ଦ୍ର କୁମାର ପଣ୍ଡା ଓ ମୋହିତ କୁମାର ମଲ୍ଲିକଙ୍କୁ ପୋଲିସ ପଦକ ମିଳିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ