Connect with us

ଦେଶ

ରାମପାଲଙ୍କୁ ଆଜୀବନ ଜେଲ୍

ସାଙ୍କେତିକ ଚିତ୍ର

ରାମପାଲଙ୍କୁ ଆଜୀବନ ଜେଲ୍
ନୂଆଦିଲ୍ଲୀ,୧୬ା୧୦ : ହତ୍ୟା ମାମଲାରେ ଆତ୍ମଘୋଷିତ ଭଗବାନ ରାମପାଲଙ୍କ ସମେତ ୧୫ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି । ୨୦୧୪ରେ ରାମପାଲ ୪ଜଣ ମହିଳା ଓ ଜଣେ ଶିଶୁଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଥିଲା । ଏହି ମାମଲାରେ ରାମପାଲ ଓ ତାଙ୍କ ସହଯୋଗୀଙ୍କୁ ଚଣ୍ଡିଗଡ କୋର୍ଟ ଗତ ୧୧ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ମଙ୍ଗଳବାର ଆଜୀବନ ଜେଲ ଦଣ୍ଡାଦେଶ ସହିତ ୨.୦୫ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ହତ୍ୟା ଅଭିଯୋଗ ଆସିବା ପରେ ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ରାମପାଲ କୋର୍ଟରେ ହାଜର ନ ହେବାରୁ ତାଙ୍କୁ ଗିରଫ କରିବା ପାଇଁ ପଞ୍ଜାବ ହରିଆନା ହାଇକୋର୍ଟ ୨୦୧୪, ନଭେମ୍ବର ମାସରେ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଗିରଫ ପାଇଁ ହିସାର ଜିଲ୍ଲାର ବାରୱାଲା ସ୍ଥିତ ରାମପାଲଙ୍କ ସତଲୋକ ଆଶ୍ରମରେ ପୋଲିସ ପହଞ୍ôଚବା ପରେ ରାମପାଲଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ ଭିଆଇଥିଲେ । ଏହାର ଦୁଇ ସପ୍ତାହ ପରେ ୨୦୧୪ ନଭେମ୍ବର ୧୯ ତାରିଖରେ ରାମପାଲଙ୍କୁ ଗିରଫ କରି ଆଶ୍ରମରୁ ୨୦ ହଜାର ଅନ୍ତବାସୀଙ୍କୁ ଉଦ୍ଧାର କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ