Connect with us

ଦେଶ

ରାଫେଲ ବିମାନର ମୂଲ୍ୟକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ

ସାଙ୍କେତିକ

ରାଫେଲ ବିମାନର ମୂଲ୍ୟକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ
ନୂଆଦିଲ୍ଲୀ: ଯୁଦ୍ଧ ବିମାନ ରାଫେଲ କ୍ରୟକୁ ନେଇ ପୁଣିଥରେ ସଂସଦ ସରଗରମ ହୋଇଛି । ସରକାର ଓ କଂଗ୍ରେସ ମଧ୍ୟରେ ରାଫେଲ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଫେଲ ପ୍ରସଙ୍ଗକୁ ନେଇ ଜେପିସି ତଦନ୍ତ ଦାବି ଉପସ୍ଥାପନ କରିବା ସହ ଏହି କିଣାବିକାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ ।

ଅପରପକ୍ଷରେ ରାଫେଲ ପ୍ରସଙ୍ଗରେ ସୁପ୍ରିମକୋର୍ଟର ରାୟ ପ୍ରକାଶ ପାଇବା ପରେ ମଧ୍ୟ ଏହାର ପୁନର୍ବିଚାର ଆବେଦନ କରାଯାଇଛି । ସଂସଦ ମଧ୍ୟରେ ଆଲୋଚନା ତୀବ୍ର ରୂପ ଧାରଣ କରିବାରୁ ବାଚସ୍ପତି ଲୋକସଭାକୁ ୩.୩୦ ପର୍ଯ୍ୟନ୍ତ ସ୍ଥଗିତ କରିଥିଲେ । ସଂସଦ ମଧ୍ୟରେ କଂଗ୍ରେସ ସଂସଦମାନେ କାଗଜର ଉଡାଜାହାଜ ନିର୍ମାଣ କରି ଉଡାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ସ୍ପିକର ସୁମିତ୍ରା ମହାଜନଙ୍କ ତାଗିଦ ସତ୍ତେ୍ୱ ମଧ୍ୟ କଂଗ୍ରେସ ସାଂସଦ ହୋ-ହଲ୍ଲାରୁ ନିବୃତ୍ତ ହୋଇ ନଥିଲେ । ଶେଷରେ ବିତ୍ତମନ୍ତ୍ରୀ ଅରୁଣ ଜେଟଲୀ ରାଫେଲ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ ଯାଇ ଦେଶର ସୁରକ୍ଷା ପାଇଁ ଏଭଳି ଚୁକ୍ତିର ଆବଶ୍ୟକତା ଥିଲା ବୋଲି ଯୁକ୍ତି ବାଢ଼ିଥିଲେ । ସେହିପରି ଦେଶର ପ୍ରମୁଖ ୩ଟି ବଡ ଭ୍ରଷ୍ଟାଚାରରେ ଗୋଟିଏ ପରିବାରର ନାମ କିପରି ଆସିଲା ବୋଲି ପାଲଟା କଂଗ୍ରେସ ଉପରେ ଆକ୍ରମଣ କରିଥିଲେ ଶ୍ରୀ ଜେଟଲି ।

ଶ୍ରୀ ଜେଟଲି ରାଫେଲର ଉତ୍ତର ଦେବାକୁ ଯାଇ ବୋଫର୍ସ ଦୁର୍ନୀତି ସମ୍ପର୍କରେ ସଂସଦରେ ଆଲୋକପାତ କରିଥିଲେ । ବୋଫର୍ସ ଦୁର୍ନୀତି ବେଳେ ରାହୁଲ କିଶୋରାବସ୍ଥାରେ ଥିଲେ । ଯୁଦ୍ଧ ବିମାନ ସମ୍ପର୍କରେ ରାହୁଲଙ୍କ ଜ୍ଞାନ ନାହିଁ । ତେଣୁ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ସଂସଦରେ ପ୍ରଦାନ କରି କାର୍ଯ୍ୟକାଳକୁ ପ୍ରତିରୋଧ କରାଯାଉଛି ବୋଲି ଶ୍ରୀ ଜେଟଲି ପାଲଟା ଆକ୍ରମଣ କରିଥିଲେ । ସେହିପରି ରାହୁଲଙ୍କ ପ୍ରଶ୍ନର ଉତ୍ତରରେ ବିତ୍ତମନ୍ତ୍ରୀ ସୁପ୍ରିମକୋର୍ଟର ରାୟ ପାଇବା ପରେ ମଧ୍ୟ ରାହୁଲ କେଉଁ ଉଦ୍ଦେଶ୍ୟରେ ସଂସଦରେ ପ୍ରଶ୍ନ ଉଠାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ । ସେହିପରି ରାଫେଲ ଡିଲରେ ବାୟୁସେନାକୁ ମୋଟ ୧୨୬ଟି ବିମାନର ଆବଶ୍ୟକତା ଥିଲା ।

ଏହି ପ୍ରକ୍ରିୟାରେ ୧୨୬ଟି ବିମାନ ପରିବର୍ତ୍ତେ କେବଳ ୩୬ଟି ବିମାନ କ୍ରୟ କରିବାର ନିଷ୍ପତ୍ତି କିଏ ନେଲା ବୋଲି ରାହୁଲ ପାଲଟା ପ୍ରଶ୍ନ କରିଥିଲେ । ରାହୁଲଙ୍କ ଏଭଳି ପ୍ରଶ୍ନରେ ଏଆଇଏଡିଏମକେ ମଧ୍ୟ ସମର୍ଥନ କରି ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରୁଥିଲେ । ଅପରପକ୍ଷରେ ରାଫେଲକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଦାବି କରୁଥିବା ବିଜେପି ଏହାର ଫାଇଲ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପାଖକୁ ଗଲା କେମିତି ବୋଲି ପ୍ରଶ୍ନ ଉଠାଇଥିଲେ । ଏକ ଅଡିଓ ଟେପକୁ ଭିତ୍ତିକରି ରାହୁଲଙ୍କ ଏଭଳି ଅଭିଯୋଗକୁ ବିତ୍ତମନ୍ତ୍ରୀ ଉକ୍ତ ଅଡିଓ ଟେପ ନକଲି ବୋଲି ଉତ୍ତର ରଖିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ