Connect with us

ଦେଶ

ରାଫେଲ ଡିଲକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ l

ରାଫେଲ ଡିଲକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ l

ରାଫେଲ ଡିଲକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ
ନୂଆଦିଲ୍ଲୀ,୧୮ର୯ : ରଫେଲ ବିମାନ ଡିଲକୁ ନେଇ ସରକାର ଓ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । କଂଗ୍ରେସର ବରିଷ୍ଠ ନେତା ଏକେ ଆଣ୍ଟୋନୀଙ୍କ ଦ୍ୱାରା ମଙ୍ଗଳବାର ଲଗାଯାଇଥିବା ଅଭିଯୋଗର ଜବାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରତିରକ୍ଷା ମନ୍ତ୍ରୀ ରାଫେଲ ଡିଲରୁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ)କୁ ବାହାର କରିବା ନେଇ କଂଗ୍ରେସର ୟୁପିଏ ସରକାରଙ୍କୁ ଦାୟୀ କରିଛନ୍ତି ।

ସେ କହିଛନ୍ତି ଯେ, କଂଗ୍ରେସର ପୂର୍ବ ସରକାର ଅମଳରେ ସରକାରୀ କମ୍ପାନୀର ଉତ୍ପାଦନକୁ ନେଇଥିବା ଅବଧି ଉପରେ ହାଲର ଡସାଲ୍ଟ ସହ ସହମତି ହୋଇ ପାରି ନଥିଲା । ଏହି କାରଣରୁ ୟୁପିଏ ସମୟରେ ହାଲ ଡିଲରୁ ଓହରି ଯାଇଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ, ଏନ୍ଡିଏ ସରକାର ସମୟରେ ହୋଇଥିବା ଡିଲରେ ୯ ପ୍ରତିଶତ ଶସ୍ତା ଦରରେ ରାଫେଲ ଲଢ଼ୁଆ ବିମାନ ଦେଶକୁ ମିଳୁଛି । ନିର୍ମଳା କହିଛନ୍ତି ଯେ, ୟୁପିଏ ସମୟରେ ଏହି ଡିଲ୍ ହୋଇନାହିଁ । ଏହାବ୍ୟତୀତ ୟୁପିଏ ସମୟରେ ହାଲ ଓ ଡସାଲ୍ଟ ମଧ୍ୟରେ ଉତ୍ପାଦନ ଅବଧିକୁ ନେଇ ସହମତି ହୋଇପାରି ନଥିଲା । ତେଣୁ ଏମିତି ସ୍ଥିତିରେ ହାଲ ଓ ଡସାଲ୍ଟ ଏକ ସଙ୍ଗେ କାମ କରିପାରିନଥିଲେ । ସେ ପ୍ରଶ୍ନ କରିଛନ୍ତି ଯେ, ହାଲ ସହିତ କିଏ ଏମିତି ବ୍ୟବହାର କରିଛି ଏବଂ କେଉଁ ସରକାର ଅମଳରେ ହୋଇଛି ଏହାର ଉତ୍ତର କଂଗ୍ରେସକୁ ଦେବା ଉଛିତ । ପୂରା ମାମଲା ହାଲକୁ ଅଣଦେଖା କରି ରିଲାଏନ୍ସକୁ ଡସାଲ୍ଟ ସହ କର୍ଣ୍ଣାଟକକୁ ମିଳିବାକୁ ନେଇ ହୋଇଛି । ବିରୋଧୀ ଏହା ଉପରେ ସରକାରଙ୍କୁ ଘେରିଛନ୍ତି । ଏହାପୂର୍ବରୁ ଅନୁଭବର ଅଭାବ ଏବଂ ହାଲକୁ ଅଣଦେଖା କରିବା ପ୍ରସଙ୍ଗରେ ରିଲାଏନ୍ସ ଉତ୍ତର ମଧ୍ୟ ଦେଇସାରିଛି । କମ୍ପାନୀ ସଫେଇ ଦେଇଥିଲା ଯେ ଡସାଲ୍ଟ ରିଲାଏନ୍ସକୁ ରପ୍ତାନୀ କାମ ପାଇଁ ବାଛିଛି । ବିଦେଶୀ ଭେଣ୍ଡର ପାଇଁ ଭାରତୀୟ ପାର୍ଟନର ଚୟନ କରିବାରେ ପ୍ରତିରକ୍ଷା ମନ୍ତ୍ରାଲୟର କୌଣସି ଭୂମିକା ନଥାଏ ବୋଲି ରିଲାଏନ୍ସ କହିଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଆଜି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀ ରଫେଲ ବିମାନ ପ୍ରସଙ୍ଗରେ ପ୍ରେସ୍ କନଫରେନ୍ସ କରି ପ୍ରଶ୍ନ କରିଛନ୍ତି ଯେ, ଯେବେ ୧୨୬ ରେଫେଲ କିଣିବାର ପ୍ରସ୍ତାବ ଥିଲା ତେବେ ଏହାକୁ କମ କରି କେବଳ ୩୬ଟି ରଫେଲ କ’ଣ ପାଇଁ କିଣାଯାଉଛି । ଏକେ ଆଣ୍ଟୋନୀ କହିଥିଲେ କି, ଆମ ସରକାରର ଅନ୍ତିମ ଦିନ ପର୍ଯ୍ୟନ୍ତ ରଫେଲ ବୁଝାମଣା ପ୍ରାୟତଃ ସମ୍ପୂର୍ଣ୍ଣ ହୋଇସାରିଥିଲା ।

୨୦୧୪ରେ ଯେବେ ଏନ୍ଡିଏ ସରକାର ଗଠନ କଲା ୨୦୧୫ ଏପ୍ରିଲ ୧୦ରେ ୩୬ଟି ରଫେଲ ବିମାନ କ୍ରୟ କରିବାର ଏକତରଫା ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଭାରତୀୟ ବାୟୁସେନା ୧୨୬ଟି ବିମାନ କିଣିବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ଏହାକୁ ହ୍ରାସ କରି ୩୬ଜଣ ପାଇଁ କିଣିଛନ୍ତି । ଏହା ଉପରେ ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେବା ଉଚିତ୍ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ