Connect with us

ଓଡିଶା

ରାତ୍ରିର ଅନ୍ଧକାର ମଧ୍ୟରେ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ସଫଳ ପରୀକ୍ଷ।

ସାଙ୍କେତିକ ଚିତ୍ର

ବାଲେଶ୍ୱର : ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ସଫଳ ପରୀକ୍ଷଣ ରାତ୍ରିର ଅନ୍ଧକାର ମଧ୍ୟରେ ହୋଇଯାଇଛି । ବାଲେଶ୍ୱର ଚାନ୍ଦିପୁରସ୍ଥିତ ୩ ନମ୍ବର ଲଞ୍ଚପ୍ୟାଡରୁ ଅାଜି ରାତି ୮ଟା ୩୨ ମିନିଟରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପୃଥ୍ୱୀ ୫୦୦ କିଲୋଗ୍ରାମ୍ ଯୁଦ୍ଧାସ୍ତ୍ର ବହନ କରିବା ସହ ୩୫୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ରଖିଛି । ସ୍ଥଳଭାଗରୁ ସ୍ଥଳଭାଗକୁ ନିକ୍ଷେପ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ରକୁ ୨୦୧୮ ଫେବ୍ରୁଅାରୀ ୨୧ ତାରିଖରେ ଶେଷ ଥର ପାଇଁ ପରୀକ୍ଷଣ କରାଯାଇଥିଲା । ପୃଥ୍ୱୀକୁ୧୯୯୪ରେ ସେନାରେ ସାମିଲ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା