Connect with us

ଓଡିଶା

ରାଜ୍ୟ ସରକାରଙ୍କ ଉପରେ ୭୬,୪୨୮,୪୧ କୋଟି ଟଙ୍କାର ଋଣ ବୋଝ l

ରାଜ୍ୟ ସରକାରଙ୍କ ଉପରେ ୭୬,୪୨୮,୪୧ କୋଟି ଟଙ୍କାର ଋଣ ବୋଝ l

ରାଜ୍ୟ ସରକାରଙ୍କ ଉପରେ ୭୬,୪୨୮,୪୧ କୋଟି ଟଙ୍କାର ଋଣ ବୋଝ
ଭୁବନେଶ୍ୱର,୧୦ା୯ : ୨୦୦୦-୦୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କ ମୋଟ ଋଣ ପରିମାଣ ୨୧,୦୦୧.୮୮ କୋଟି ଟଙ୍କା ଥିଲା । ମହାଲେଖାଗାରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ୩୧.୦୭.୨୦୧୮ ସୁଦ୍ଧା ଏହି ଋଣର ପରିମାଣ ୭୬,୪୨୮,୪୧ କୋଟି ଟଙ୍କାରେ ପହଂଚିଛି । ୨୦୦୦-୦୧ରେ ୩୬୪୪.୫୯ କୋଟି ଟଙ୍କା ଋଣ ଅଣାଯାଇଥିବା ବେଳେ ୭୪୩.୪୯ କୋଟି ଟଙ୍କାର ଋଣ ପରିଶୋଧ କରାଯାଇଛି । ସେହିପରି ୨୦୦୧-୦୨ରେ ୩୯୫୨.୫୬କୋଟି ଟଙ୍କା ଋଣ ଅଣାଯାଇଥିଲା ୯୨୦.୮୪ କୋଟି ଟଙ୍କା ପରିଶୋଧ ହୋଇଥିଲା । ୨୦୦୨-୦୩ରେ ୫୬୦୨.୨୦ କୋଟି ଟଙ୍କା ଋଣ ଆହରଣ ହୋଇଥିବା ବେଳେ ୧୮୩୪.୬୦ କୋଟି ଟଙ୍କା ପରିଶୋଧ କରାଯାଇଥିଲା ।

୨୦୦୩-୧୪ରେ୬୧୧୧.୬୪ କୋଯଇ ଟଙ୍କା ଋଣ ଅଣାଯାଇଥିବା ବେଳେ ୨୨୭୮.୭୮୬ କୋଟି ଟଙ୍କାର ଋଣ ପରିଶୋଧ ହୋଇଥିଲା । ୨୦୦୪-୦୫ରେ ୪୬୬୯.୯୦କୋଟି ଟଙ୍କା ଋଣ ହୋଇଥିବା ବେଳେ ୨୨୫୨.୬୭ କୋଟଇ ଟଙ୍କା ପରିଶୋଧ ହୋଇଛି । ୨୦୧୭-୧୮ରେ ୧୪,୪୧୯.୪୧ କୋଟି ଟଙ୍କା ଋଣ ଆହରଣ କରାଯାଇଥିବା ବେଳେ ୨,୬୯୦.୨୧ କୋଟି ଟଙ୍କା ଏବଂ ୨୦୧୮-୧୯ ଜୁଲାଇ ସୁଦ୍ଧା ୩,୦୭୪.୮୯ କୋଟି ଟଙ୍କା ଋଣ ଅଣାଯାଇଥିବା ବେଳେ ୫୧୧.୧୩ କୋଟି ଟଙ୍କା ପରିଶୋଧ କରାଯାଇଛି ।

ରାଜ୍ୟ ସରକାର ବର୍ତମାନ କେନ୍ଦ୍ର ସରକାରଙ୍କର ଜାତୀୟ ସଂଜୟ ପାଣ୍ଠିରୁ ଋଣ କରୁନାହାନ୍ତି । ଉଚ୍ଚ ସୁଧ ହାରଯୁକ୍ତ ଖୋଲା ବଜାର ଋଣ ଓ ଜାତୀୟ ସ୍ୱଳ୍ପ ସଂଜୟ ପାଣ୍ଠିର ଋଣକୁ ଆଗୁଆ ପରିଶୋଧ କରିଛନ୍ତି । ଆର୍ଥିକ ସୁପରିଚାଳନା ପାଇଁ ଦ୍ୱାଦଶ ଅର୍ଥ କମିଶନଙ୍କ ସୁପାରିଶ ମତେ କେନ୍ଦ୍ର ସରକାରଙ୍କ ଠାରୁ ୧୯୦୯.୫୦ କୋଟି ଟଙ୍କାର ଋଣ ପରିଶୋଧରୁ ଛାଡ ପାଇଛନ୍ତି । ବିତୀୟ ନିଅଂଟକୁ ବିତୀୟ ଉତରଦାୟୀ ଓ ବଜେଟ୍ ପରିଚାଳନା ଆଇନ୍ ରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରଖାଯାଉଛି । ତ୍ରୟୋଦଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାର ବିତୀୟ ଉତରଦାୟୀ ଓ ବଜେଟ ପରିଚାଳନା ଆଇନ ୨୦୦୫କୁ ସଂଶୋଧନ କରି ୨୦୧୧-୧୨ ଆର୍ଥିକ ବର୍ଷରୁ ୨୦୧୪-୧୫ ଆର୍ଥିକ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ବାବଦକୁ ଦେବାକୁ ଥିବା ୧୩୦.୧୭ କୋଟି ଟଙ୍କାର ଋଣ ପରିଷୋଧରୁ ଛାଡ୍ ପାଇଛନ୍ତି ।

୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଜିଏସଟିରେ ମିଶ୍ରଣ ଘଟିଥିବା ଟିକସ ବାବଦକୁ ୧୧,୦୪୯. ୩୪ କୋଟି ଟଙ୍କା ପାଇଛନ୍ତି । ଏଥିମଧ୍ୟରୁ ଭାଟ୍ ବାବଦରେ ୮୪୪୫.୩୯ କୋଟି , ସିଏସଟି ବାବଦରେ ୮୮୩.୩୩ କୋଟି , ପ୍ରବେଶ କର ମାଧ୍ୟମରେ ୧୬୬୨.୯୯ କୋଟି , ପ୍ରମୋଦ କର ବାବଦରେ ୩୦.୯୬ କୋଟି , ଜଙ୍ଗଲ କର ବାବଦରେ ୧୦.୮୧ କୋଟି , ବିଜ୍ଞାପନ କର ବାବଦରେ ୧୫.୮୬ କୋଟି ଆଦାୟ କରିଛନ୍ତି । କେନ୍ଦ୍ର ସରକାର ଜିଏସଟି ଜନିତ କ୍ଷତିପୂରଣ ବାବଦକୁ ୨୦୧୮ ଜୁଲାଇ ପର୍ଯ୍ୟନ୍ତ ୯୬୮ କୋଟି ଟଙ୍କା ଦେଇଛନ୍ତି । ଅବଶିଷ୍ଟ ୨୨୦.୭୮ କୋଟି ଟଙ୍କା ଅଗଷ୍ଟ-ସେପ୍ଟେମ୍ବର ମାସ ପାଇଁ ଜିଏସଟି କ୍ଷତିପୂରଣ ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା