Connect with us

ଓଡିଶା

ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି l

ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି l

ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଭୁବନେଶ୍ୱର,୭ା୯: କେନ୍ଦ୍ରୀୟ ଓଜିଏସଟି ଆଇନରେ ସଂଶୋଧନ ଆଣିବା ଏବଂ ଓଡ଼ିଶା ଭାଟରେ ମଧ୍ୟ ସଂଶୋଧନ ଆଣିବା ପାଇଁ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଛି ।

ଆଜି ସନ୍ଧ୍ୟାରେ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କୃଷି ବିଭାଗର ଦୁଇଟି ପ୍ରସ୍ତାବ, ଅର୍ଥ ବିଭାଗର ୩ଟି ପ୍ରସ୍ତାବ, ସ୍ୱାସ୍ଥ୍ୟ ଏବଂ ନଗର ଉନ୍ନୟନ ବିଭାଗର ଗୋଟାଏ ଲେଖାଏ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଆଲୋଚନାର ବିଷୟବସ୍ତୁ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା । ବିଧାନସଭା ଅଧିବେଶନ ଚାଲିଥିବାରୁ ଏହି ସୂଚନା ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଥିଲା ।

ଖବର ନେବାରେ ଜଣାଯାଇଛି ଯେ, ରାଜ୍ୟରେ ୫ ବର୍ଷରେ ୨ ଲକ୍ଷ ହେକ୍ଟର ଚାଷ ଜମିରେ ଜୈବିକ ଚାଷ (ଅର୍ଗାନିକ ଫାର୍ମିଂ) କରାଯିବ । ଏହି ଫାର୍ମିଂ ଲାଗି ଚାଷୀ ମାନଙ୍କୁ ଟ୍ରେନିଂ ଦେବାଲାଗି ୨୦ ହେକ୍ଟର ଜମି ନେଇ କ୍ଲଷ୍ଟର କରାଯିବ । ଏହି ଟ୍ରେନିଂ ବାବଦରେ ୩ ବର୍ଷ ପାଇଁ ୧୦ ଲକ୍ଷ ଟଙ୍କା ଦିଆଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା