Connect with us

ଆଞ୍ଚଳିକ

ରାଜ୍ୟର ସମବାୟ ସୂତାକଳରେ ୧୪୪ କୋଟି ୮୪ ଲକ୍ଷ ଟଙ୍କା କ୍ଷତି l

ରାଜ୍ୟର ସମବାୟ ସୂତାକଳରେ ୧୪୪ କୋଟି ୮୪ ଲକ୍ଷ ଟଙ୍କା କ୍ଷତି l

ରାଜ୍ୟର ସମବାୟ ସୂତାକଳରେ ୧୪୪ କୋଟି ୮୪ ଲକ୍ଷ ଟଙ୍କା କ୍ଷତି
ଭୁବନେଶ୍ୱର,୧୩ା୯: ରାଜ୍ୟରେ ଥିବା ୬ଟି ସମବାୟ ସୂତା କଳ ମଧ୍ୟରୁ ବାଲେଶ୍ୱରଠାରେ ଥିବା ଶ୍ରୀ ଗୋପୀନାଥ ବୁଣାକାର ସମବାୟ ସୂତାକଳ ଲିମିଟେଡ଼ ବିକ୍ରି ହୋଇ ସାରିଥିଲା ବେଳେ ଆଉ ପାଂଚଟି ସୂତାକଳ ଏବେ ବି ବନ୍ଦ ରହିଛି । ୧୯୫୯ ରେ ପ୍ରତିଷ୍ଠିତ ହୋଇଥିବା ବରଗଡ଼ସ୍ଥିତ ଓଡ଼ିଶା ବୁଣାକାର ସମବାୟ ସୂତା କଳ ଜୁନ୍ ୧୯୯୯ରେ ବନ୍ଦ ହୋଇଛି । ୯୬-୯୭ ସୁଦ୍ଧା ଏହାର କ୍ଷତିର ପରିମାଣ ୧୧୯୮.୮୦ ଲକ୍ଷରେ ପହଂଚିଥିଲା ବେଳେ ୧୯୭୪ରେ ପ୍ରତିଷ୍ଠିତ ହୋଇଥିବା ଢ଼େଙ୍କାନାଳସ୍ଥିତ କଳିଙ୍ଗ ବୁଣାକାର ସମବାୟ ସୂତାକଳ ଲିମିଟେଡ଼ ୨୦୦୫-୦୬ ସୁଦ୍ଧାର କ୍ଷତିର ପରିମାଣ ୨୦୮୦.୮୯ ଲକ୍ଷ ଟଙ୍କାରେ ପହଂଚିଛି ।

ସେହିପରି ୧୯୮୧ରେ ଜଗତସିଂହପୁରଠାରେ ପ୍ରତିଷ୍ଠିତ ହୋଇଥିବା ଶ୍ରୀ ସାରଳା ସମବାୟ ବୁଣାକାର ସୂତାକଳ ଲିମିଟେଡ଼ ୧୯୯୯ ଅକ୍ଟୋବରରେ ବନ୍ଦ ହୋଇଥିଲା । ୨୦୦୧ – ୦୨ ସୁଦ୍ଧା ଏହାର ସ୍ଥିତିର ପରିମାଣ ୨୮୦୭.୪୦ ରହିଥିଲା ବେଳେ ୧୯୮୦ ମସିହାରେ କଟକର ଆଠଗଡ଼ଠାରେ ପ୍ରତିଷ୍ଠିତ ହୋଇଥିବା ଶ୍ରୀ ଜଗନ୍ନାଥ ବୁଣାକାର ସମବାୟ ସୂତାକଳ ଲିମିଟେଡ଼ ୨୦୦୫ ଜାନୁୟାରୀରେ ବନ୍ଦ ହୋଇଯାଇଛି । ୨୦୧୧-୧୨ ସୁଦ୍ଧା କ୍ଷତିର ପରିମାଣ ୬୩୪୬.୫୧ ଲକ୍ଷ ଟଙ୍କା ଥିଲା ବେଳେ ୧୯୭୭ ମସିହା ଖୋର୍ଦ୍ଧାସ୍ଥିତ ଉକ୍ରଳ ବୁଣାକାର ସମବାୟ ସୂତାକଳ ୧୯୯୮ ଫେବୃୟାରୀରେ ବନ୍ଦ ହୋଇଯାଇଥିଲା । ୨୦୧୦-୧୧ ସୁଦ୍ଧା ଏହାର କ୍ଷତିର ପରିମାଣ ୨୦୫୦.୪୦ ଲକ୍ଷ ଟଙ୍କା ହୋଇଥିଲା ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ