Connect with us

ଆଞ୍ଚଳିକ

ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା

ସାଙ୍କେତିକ ଚିତ୍ର

ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା
ଉଦ୍ଧାର କାର୍ଯ୍ୟପାଇଁ ନୌସେନାର ସହାୟତା ଲୋଡ଼ିଲେ ରାଜ୍ୟ ସରକାର
ଭୁବନେଶ୍ୱର :- ଦକ୍ଷିଣ ଓଡ଼ିଶାରେ ବନ୍ୟାର ପ୍ରକୋପ ଦେଖାଦେଇଥିବାରୁ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ସରକାର ନୌସେନାର ସହାୟତା ଲୋଡ଼ିଛନ୍ତି । ଗଜପତି, କନ୍ଧମାଳ, ରାୟଗଡ଼ା ଜିଲ୍ଲାର ହଜାର ହଜାର ଲୋକ ଜଳବନ୍ଦୀରେ ରହିଛନ୍ତି । ମହେନ୍ଦ୍ରତନୟା ଓ ବଂଶଧାରାରେ ପ୍ରବଳ ବନ୍ୟା ଦେଖାଦେଇଛି । ଉଦ୍ଧାର କାର୍ଯ୍ୟ ସନ୍ତୋଷ ଜନକ ହୋଇପାରିନଥିବାରୁ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ସେହିପରି ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟ ଅନେକ ଅଂଚଳ ଜଳମଗ୍ନରେ ରହିଛି । ଆଠଗଡ଼ର ୫ଟି ୱାର୍ଡ଼ ସମେତ କେତେକ ଗ୍ରାମରେ ସାପୁଆ ନଦୀର ବନ୍ୟାଜଳ ପ୍ରବେଶ କରିଛି । ଆଠଗଡ଼ର ପୁରୁଣା କଟକ ଓ ସମ୍ବଲପୁର ରାସ୍ତା ଉପରେ ୪ଫୁଟର ପାଣିର ସୁଅ ଛୁଟୁଛି । ଫଳରେ ଯାତାୟତ ଠପ୍ ହୋଇଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ