Connect with us

ଅପରାଧ

ରାଜସ୍ଥାନ ରୁ ଓଡିଆ ଅନ୍ତସତ୍ୱା ନାବାଳିକା ଉଦ୍ଧାର ମାମଲା

ସାଙ୍କେତିକ

ରାଜସ୍ଥାନ ରୁ ଓଡିଆ ଅନ୍ତସତ୍ୱା ନାବାଳିକା ଉଦ୍ଧାର ମାମଲା
– ନାବାଳିକାକୁ ଫେରାଇ ଆଣିବାକୁ ରାଉରକେଲା ସିଡବ୍ଲୁସିର ଚିଠି
ରାଉରକେଲା,୧୩ଫେବୃଆରୀ -ରାଉରକେଲା ଲାଠିକଟା ଥାନା ଅଂଚଳର ତ୍ରିନାଥ କଲୋନୀ ର ବାବୁଲାଲ ମୁଣ୍ଡାଙ୍କ ନାବାଳିକା ଝିଅ ନିଖୋଜ ହେବା ଏବଂ ଦିଲ୍ଲୀ ମହିଳା କମିଶନଙ୍କ ସହାୟତାରେ ରାଜସ୍ଥାନରୁ ୯ମାସ ଅନ୍ତସତ୍ୱା ଅବସ୍ଥାରେ ଉଦ୍ଧାର ପାଇବା ଘଟଣାରେ ତଦନ୍ତ ହେବ ଓ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଆଇଜି କବିତା ଜଲାନ କହିଛନ୍ତି । ଏହାସହ ଗତକାଲି ସ୍ଥାନୀୟ ସିଡବ୍ଲୁସି ଦିଲ୍ଲୀ ସିଡବ୍ଲୁସିକୁ ଚିଠିଲେଖି ବାପ ଝିଅଙ୍କୁ ଫେରାଇ ଦେବା ଲାଗି ଅନୁରୋଧ କରିଛନ୍ତି । ଯଦି ଏହା ସଠିକ ସମୟସୀମା ଭିତରେ ନହୁଏ ବାପା ବାବୁଲାଲକୁ ସମନ ଦେଇ ଅଣାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି,ଡିଆଇଜି ପ୍ରକାଶ କରିଛନ୍ତି । ତା ଛଡା ଝିଅକୁ ୪ଲକ୍ଷ ଟଙ୍କାରେ ବିକା ଯାଇଥିଲା ସେଥିରେ ତାର ଭଉଣୀ ଭିଣୋଇ ସାମିଲ ଥିଲେ,ବୋଲି ନାନା କଥା ଏବେ ଉଠୁଥିବା ବେଳେ ଏନେଇ ଲାଠିକଟା ଥାନାରେ କିଛି ରିପୋର୍ଟ ନଥିବା ଜଣାପଡିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଗତ ୭-୧୨-୨୦୧୭ ରେ ନାବାଳିକାର ବାପା ବାବୁଲାଲ ଲାଠିକଟା ଥାନାରେ ରିପୋର୍ଟ କରିଥିଲେ ଯେ ତାଙ୍କ ୧୪ ବର୍ଷିୟା ନାବାଳିକା ଝିଅକୁ କେହି ନେଇଯାଇଛି ।ଏନେଇ ପୁଲିସ ତଦନ୍ତ କରି ଝିଅକୁ ରାଜସ୍ଥାନରୁ ଉଦ୍ଧାର କରି ବାପାକୁ ହସ୍ତାନ୍ତର କରିଥିଲେ ବୋଲି ପୁଲିସ କହୁଛି । ହେଲେ କିଏ ନେଇଥିଲା ତା ବିରୋଧରେ ମାମଲା ହେଲାକି ନାହିଁ ତାର କିଛି ରିପୋର୍ଟ ନାହିଁ । ସେ ସମୟରେ ଝିଅର ୧୬୧/୧୬୪ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା ।

ତେବେ ପରବର୍ତୀ ସମୟରେ ଝିଅ ପୁଣି ଚାଲିଯିବା ତାକୁ ଉଦ୍ଧାର ଲାଗି ବାପା ପୁଲିସର ସହାୟତା ମାଗି ନପାଇ ଦିଲ୍ଲୀ ମହିଳା କମିଶନର ସହାୟତା ନେବା ମାମଲାରେ , ବାବୁଲାଲ ଓ ରାଉରକେଲା ପୁଲିସ ମଧ୍ୟରେ କିଏ ସତ କିଏ ମିଛ ତାହା ଜଣା ପଡୁ ନାହିଁ ।ତେବେ ଏହି ମାମଲା ଏବେ ରାଉରକେଲା ପୁଲିସ ଓ ସିଡବ୍ଲୁସି ଲାଗି ସମ୍ମାନର ବିଷୟ ବୋଲି କୁହା ଯାଉଥିବା ବେଳେ,କିଏ ୨ୟଥର ସେ ନାବାଳିକାକୁ ପୁଣି ରାଜସ୍ଥାନ ପଠାଇଲା,ତାର ଭଉଣୀ ଭିଣୋଇଙ୍କର ଏଥିରେ କିପ୍ରକାର ରୋଲ ରହିଛି ସେ ନେଇ ଆଗରୁ କାହିଁକି ଯାଂଚ ହେଲା ନାହିଁ ବୋଲି ପ୍ରଶ୍ନ ଉଠିଛି ।

କାହାର ହେଳା ଲାଗି ଜଣେ ନାବାଳିକା ଦିର୍ଘ ୨ବର୍ଷଧରି ଶାରିରୀକ ଶୋଷଣ ହେଲେ ତାହାର ଗୁମର ଖୋଲିବା ଲାଗି ଦାବୀ ହେବା ସହ ଏନେଇ କିଏ କ୍ଷତିପୁରଣ କରିବ ବୋଲି ପ୍ରଶ୍ନ ହୋଇଛି । ଏହି ସବୁ ରାକେଟ ଚଳାଉଥିବା ଲୋକ ମାନଙ୍କୁ ପୁଲିସ ଆଜି ଯାଏ ଠାବ କଲରି ପାରିନଥିବାରୁ ଜିଲ୍ଲାରେ ଆଦିବାସୀ ଯୁବତୀ ଚାଳାଣ ବଢିବାରେ ଲାଗିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ