Connect with us

ଦେଶ

ରାଜପଥ ପାଇଁ ଲାଗୁ ହେବ ନୂଆ ଟୋଲ ନୀତି

ସାଙ୍କେତିକ ଚିତ୍ର

ରାଜପଥ ପାଇଁ ଲାଗୁ ହେବ ନୂଆ ଟୋଲ ନୀତି
ନୂଆଦିଲ୍ଲୀ,୨୭ା୧୧ : କେନ୍ଦ୍ର ସରକାର ଟୋଲ ନୀତିରେ ବ୍ୟାପକ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଯାତ୍ରାର ଦୂରତା ଅନୁସାରେ ଟୋଲ ଧାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି । ଅର୍ଥାତ ଯେତିକି ବାଟ ଯିବେ, ସେହି ଅନୁସାରେ ଟୋଲ ଦେବେ । ରାଜପଥରେ ଦୂର ସ୍ଥାନକୁ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ଲାଭଦାୟକ ହେବ । ବର୍ତ୍ତମାନ ରାଜପଥର ପ୍ରତି ୬୦ କିଲୋମିଟର ବ୍ୟବଧାନରେ ଟୋଲପ୍ଲାଜା ରହିଛି । ଏଭଳି କ୍ଷେତ୍ରରେ ମାତ୍ର ୨୦ରୁ ୩୦ କିଲୋମିଟର ଯାତ୍ରା କରୁଥିବା ଲୋକଙ୍କୁ ମଧ୍ୟ ୬୦ କିଲୋମିଟର ପର୍ଯ୍ୟନ୍ତ ଟୋଲ ଦେବାକୁ ପଡୁଛି । ଫଳରେ ଏଥିରେ ସଂଶୋଧନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ)ର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ ୩ ମାସ ମଧ୍ୟରେ ଟୋଲ ନୀତିରେ ପରିବର୍ତ୍ତନ କରାଯିବ । ନୂଆ ନୀତି ଅନୁସାରେ ଟୋଲପ୍ଲାଜା ଗୁଡିକୁ ସହରଠାରୁ ଦୂରରେ ରଖାଯିବ । ୪ ଥାକିଆ ଶ୍ରେଣୀରେ ଆସୁନଥିବା ଜାତୀୟ ରାଜପଥ ଗୁଡିକରୁ ଟୋଲପ୍ଲାଜା ହଟାଇ ଦିଆଯିବ । ସଡକ ଓ ପରିବହନ ମନ୍ତ୍ରାଳୟ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଟୋଲପ୍ଲାଜାକୁ ସମ୍ପୂର୍ଣ୍ଣ ରୂପେ ଇଲେକ୍ଟ୍ରୋନିକ କରାଯିବ । ଏଥିପାଇଁ ସ୍ମାର୍ଟ ଟ୍ୟାଗ ବ୍ୟବସ୍ଥା କରାଯିବ । ଏଭଳି ହେଲେ ଯାତ୍ରୀଙ୍କୁ ଟୋଲଗେଟରେ ଅଟକି ରହିବାକୁ ପଡିବନାହିଁ ।

ତେବେ ୮୦% ଗାଡି ଇଲେକ୍ଟ୍ରୋନିକ ମୋଡରେ ଟୋଲ ପ୍ରଦାନ ନକରିବା ପର୍ଯ୍ୟନ୍ତ ଟୋଲପ୍ଲାଜାରୁ ଜାମ ହଟାଯିବ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି । ସଡକ ଓ ପରିବହନ ମନ୍ତ୍ରାଳୟ ଆବଶ୍ୟକ ସଂଶୋଧନ ସହ ଏହି ନୂଆ ନୀତି ଲାଗୁ କରିବ ବୋଲି କୁହାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ