Connect with us

ଓଡିଶା

ରାଉରକେଲାରେ ସାରଦାଙ୍କ ଲାଗି ଅଡ଼ୁଆ ବଢିପାରେ

ସାଙ୍କେତିକ

ରାଉରକେଲାରେ ସାରଦାଙ୍କ ଲାଗି ଅଡ଼ୁଆ ବଢିପାରେ
ରାଉରକେଲା,୨୬ମାର୍ଚ୍ଚ – ସୁନ୍ଦରଗଡ ଜିଲ୍ଲାରେ ଆଜି ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିନରେ ରାଉରକେଲା ବିଜେଡିର ଦୁଇ ନେତା ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯାହାକି ଆଗାମୀ ଦିନରେ ବିଜେଡି ପ୍ରାର୍ଥୀ ସାରଦା ବାବୁଙ୍କ ଲାଗି ଅଡ଼ୁଆ ବଢାଇ ପାରେ । ଏମାନଙ୍କ ଭିତରେ ରହିଛନ୍ତି ନାରୀ ନେତ୍ରୀ ମିନତି ଦେବତା ଓ ଯୁବ ନେତା ବିକାଶ ମାନସିଂ । ମିନତି ଜଣେ ସମାଜସେବୀ ଭାବେ କାମ କରୁଥିବା ବେଲେ ହଠାତ୍ ଏ ଦଳକୁ ଆସିଥିବା ବେଳେ ବିକାଶ ସାରଦା ବାବୁଙ୍କର ଅତି ନିଜର ଥିଲେ । ଖାଲି ସେ ନୁହେଁ ଏହିଭଳି ଅନେକ ଯୁବ ନେତା ସାରଦା ବାବୁଙ୍କ ପାଖରେ ଥିଲେ ଯେଉଁ ମାନେ ଚଳିତ ନିର୍ବାଚନ ପୂର୍ବରୁ ପ୍ରାୟ ଦୂରେଇ ଯାଇଛନ୍ତି ।

ଏ ଦୁହେଁ ଆଜି ଦଳୀୟ ପତାକା ଧରି ନିଜ ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ପାନପୋଷ ଉପଜିଲ୍ଲାପାଳଙ୍କ ପାଖରେ ଦାଖଲ କରିଛନ୍ତି । ତେବେ ମୀନତି ଦେବତା ଟିକେଟ ରେଶ୍ ରେ ଥିବା କୁହାଯାଉଥିବା ବେଳେ ବିକାଶ ବାବୁ ନିକଟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରି ବିଧିବଦ୍ଧ ଭାବେ କିଛି କହି ନଥିଲେ ବି ତାହା ଜଣା ପଡୁଥିଲା ସେ ଟିକେଟ ଆଶାରେ ଥିଲେ । ତେବେ ସାରଦା ବାବୁଙ୍କ ନାମ ଘୋଷଣା ହେବା ପରେ କୌଣସି ପ୍ରକାର ପ୍ୟାଚ୍ ନପଡିବାରୁ ବୋଧେ ଏଭଳି ନାମାଙ୍କନ ପତ୍ର ଦାଖଲ ହୋଇଥିବା ଚର୍ଚ୍ଚା ହେଉଛି । କୌଣସି ମୂଲ ଚାଲ ଲାଗି ଏମାନେ ସାରଦାଙ୍କୁ ଲକ୍ଷ୍ୟ ରଖି ଏଭଳି କରିଥାଇପାରନ୍ତି ବୋଲି କୁହାଯାଉଛି । ହୁଏତ ଏମାନେ ପ୍ରାର୍ଥୀପତ୍ର ଯାଂଚ ବେଳେ କଟିଯାଇ ପାରନ୍ତି କିମ୍ବା ଶେଷ ମୂହୁର୍ତରେ ନିଜର ପ୍ରାର୍ଥୀ ପତ୍ର ଫେରାଇ ନେଇ ପାରନ୍ତି ବୋଲି ମତ ପ୍ରକାଶ ପାଉଥିବା ବେଳେ ଏନେଇ ଉଭୟ ନେତାଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଯଦି ଏମାନେ ଲଢେଇ କରନ୍ତି ତେବେ ସାରଦାଙ୍କ ଲାଗି ବିପଦ ସୁନିଶ୍ଚିତ ବୋଲି ଅନେକ ବିଜେଡି ନେତା ଖୋଲାଖୋଲି ଭାବେ ମତ ପ୍ରକାଶ କରଛନ୍ତି । ଖାଲି ଏମାନେ ନୁହଁନ୍ତି ଆହୁରି ନୀରବ ଥିବା କେତେକ ଆଗଧାଡିର ନେତା ମଧ୍ୟ ଏଥିରେ ସାମିଲ ହୋଇ ସାରଦାଙ୍କ ଲାଗି ୨୦୧୪ ଭଳି ଖେଳ କରିପାରନ୍ତି ବୋଲି ମତ ପ୍ରକାଶ ପାଇଛି । ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ହେବାକୁ ଥିବା ଯାଗା ଗୁଡିକରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବାରୁ ରାଉରକେଲା, ବଣେଇ, ସୁନ୍ଦରଗଡ ଠାରେ ବିଧାନସଭା, ଲୋକସଭା ଆସନ ଲାଗି ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ସହ ସିପିଆଇ, କୋସଲକ୍ରାନ୍ତି ଦଳ, ଆପ୍, ଜେଏମଏମ ଓ ସ୍ୱାଧୀନ ପ୍ରାର୍ଥୀ ମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା