Connect with us

ଓଡିଶା

ରବିବାର ହେବ ଏଏସ୍ଓ ପରୀକ୍ଷା

ସାଙ୍କେତିକ

ରବିବାର ହେବ ଏଏସ୍ଓ ପରୀକ୍ଷା
ହାଇକୋର୍ଟରେ ପିଟିସନ ଖାରଜ
କଟକ, ୧୮ା୧ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ଆସନ୍ତା ୨୦ରେ ଅନୁଷ୍ଠିତ ହେବାକୁ ଥିବା ଆସିଷ୍ଟାଣ୍ଟ ସେକସନ୍ ଅଫିସର (ଏଏସ୍ଓ) ପରୀକ୍ଷା ଘୁଞ୍ଚିବ ନାହିଁ । ଆସନ୍ତା ରବିବାର ନିର୍ଦ୍ଧାରିତ ତାରିଖ ଓ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ଘୁଞ୍ଚାଇବା ପାଇଁ ଦାୟର ହୋଇଥିବା ପିଟିସନକୁ ଓଡ଼ିଶା ହାଇକୋର୍ଟ ଖାରଜ କରି ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗୋଟିଏ ଦିନରେ ଏଏସ୍ଓ ପରୀକ୍ଷା ଥିବା ବେଳେ ଜାତୀୟସ୍ତରରେ ଆଇବିପିଏସ୍ ମେନ ଓ ଆରଆରବି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ରହିଥିବାରୁ, ରାଜ୍ୟସ୍ତରରେ ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖି ଅନ୍ୟ ଦିନରେ କରିବା ପାଇଁ କେତେକ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ ପ୍ରାର୍ଥୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । ପୂର୍ବରୁ ଏହି ପରୀକ୍ଷା ଡିସେମ୍ବର ୨୩ରେ ହେବାକୁ ଥିବା ବେଳେ କୌଣସି କାରଣବଶତଃ ଏହାକୁ ଜାନୁଆରୀ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା