Connect with us

ଦେଶ

ରନ୍ଧନ ଗ୍ୟାସର ମୂଲ୍ୟ ପୁଣି ବଢ଼ିଲା

ସାଙ୍କେତିକ ଚିତ୍ର

ରନ୍ଧନ ଗ୍ୟାସର ମୂଲ୍ୟ ପୁଣି ବଢ଼ିଲା
ନୂଆଦିଲ୍ଲୀ :- ରନ୍ଧନ ଗ୍ୟାସର ମୂଲ୍ୟ ସରକାର ପୁଣି ବଢ଼ାଇଛନ୍ତି । ସବସିଡି ଯୁକ୍ତ ସିଲିଣ୍ଡରର ମୂଲ୍ୟ ୨.୯୪ ଟଙ୍କା ବଢ଼ିଛି । ଟିକସରେ କେତେକ ପରିବର୍ତ୍ତନ ଯୋଗୁ ନଭେମ୍ବର ୧ ତାରିଖଠାରୁ ୧୪.୨ କିଗ୍ରା ବିଶିଷ୍ଟ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇ ୫୦୫.୩୪ ଟଙ୍କା ହେବ । ପୂର୍ବରୁ ଏହାର ମୂଲ୍ୟ ୫୦୨.୪୦ ଟଙ୍କା ଥିଲା । ଏହି ନୂତନ ମୂଲ୍ୟ ବୃଦ୍ଧି ଯୋଗୁ ଅଣ ସବସିଡ଼ ସିଲିଣ୍ଡର ମୂଲ୍ୟ ୬୦ ଟଙ୍କା ବଢ଼ି ୮୮୦ ଟଙ୍କା ହୋଇଛି । ଫଳରେ ଏଣିକି ସବସିଡ଼ ଯୁକ୍ତ ସିଲିଣ୍ଡର ପିଛା ଗ୍ରାହକଙ୍କ ସଞ୍ଚୟ ଖାତାରେ ୩୭୬.୬୦ ଟଙ୍କା ପରିବର୍ତ୍ତେ ୪୩୩.୬୬ ଟଙ୍କା ଜମା ହେବ । ଏହି ମୂଲ୍ୟ ବୃଦ୍ଧିକୁନେଇ ଜନସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ