Connect with us

ଅପରାଧ

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ

ସାଙ୍କେତିକ ଚିତ୍ର

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ
ପୂର୍ଣ୍ଣଙ୍ଗ ରିପୋର୍ଟ ଦାଖଲ କଲେ ତଦନ୍ତ କମିଶନ
ପୁରୀ,୩୦ା୧୧ : ବହୁ ଚର୍ଚ୍ଚିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିଛନ୍ତି ତଦନ୍ତ କମିଶନ । ଏହି ସ୍ପର୍ଶକାତର ପ୍ରସଙ୍ଗରେ ତଦନ୍ତ କରୁଥିବା ଜଷ୍ଟିସ୍ ରଘୁବୀର ଦାସଙ୍କ ସଚିବ ଗୃହ ବିଭାଗ ଅନୁସଚିବଙ୍କୁ ୩୨୪ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଘୁବୀର ଦାଶଙ୍କୁ ଜୁନ୍ ୬ରେ ତଦନ୍ତ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳିଥିଲା । ତିନିମାସ ପାଇଁ ତାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଅବଧି ସେପ୍ଟେମ୍ବର ୬ରେ ଶେଷ ହୋଇଥିଲା । କିନ୍ତୁ ଚାବି ହଜିବା ଘଟଣାର ତଦନ୍ତ ଅସମ୍ପୂର୍ଣ୍ଣ ରହିଥିବା ଦର୍ଶାଇ ତଦନ୍ତ କମିଶନଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିବାକୁ କମିଶନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ଗୃହ ବିଭାଗକୁ ଚିଠି ଲେଖିଥିଲେ । ସଚିବଙ୍କ ସୁପାରିଶ କ୍ରମେ କମିଶନଙ୍କ କାର୍ଯ୍ୟକାଳକୁ ଡିସେମ୍ବର ୬ ପର୍ଯ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରଘୁବୀର ଦାସ କମିଶନ ଜୁଲାଇ ୩୦ରେ ପ୍ରଥମ ଥର ପାଇଁ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । କମିଶନଙ୍କ ନିକଟରେ ମୋଟ ୧୦ଟି ସତ୍ୟପାଠ ଦାଖଲ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ