Connect with us

ଓଡିଶା

ରଞ୍ଜିତ କୁମାର ନୂତନ ଆମିକସ୍ କ୍ୟୁରି

ସାଙ୍କେତିକ

ରଞ୍ଜିତ କୁମାର ନୂତନ ଆମିକସ୍ କ୍ୟୁରି
ଭୁବନେଶ୍ୱର,୯ା୧ : ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟ ରଞ୍ଜିତ କୁମାରଙ୍କୁ ବୁଧବାର ଦିନ ନୂଆ ଆମିକସ୍ କ୍ୟୁରି ଭାବେ ନିଯୁକ୍ତି ଦେଇଛନ୍ତି । ରଞ୍ଜିତ କୁମାର ଭାରତ ସରକାରଙ୍କ ପୂର୍ବତନ ସଲିସିଟର ଜେନେରାଲ୍ ଥିଲେ । ପୂର୍ବରୁ ନିଯୁକ୍ତ ହୋଇଥିବା ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ଦାୟିତ୍ୱରୁ ଅବ୍ୟାହତି ନେବା ପରେ ଏହି ପଦ ଖାଲି ପଡ଼ିଥିଲା ।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆବେଦନକାରୀ ମୃଣାଳିନୀ ପାଢୀଙ୍କ ପକ୍ଷରୁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଜଷ୍ଟିସ୍ ଏ.କେ ଶିକ୍ରି, ଜଷ୍ଟିସ୍ ଏମ୍.ଏ ଶାହ ଓ ଜଷ୍ଟିସ୍ ଅବଦୁଲ ନାଜିରଙ୍କୁ ନେଇ ଗଠିତ ବେଂଚ୍ ରଞ୍ଜିତ କୁମାରଙ୍କୁ ନୂଅ। ଆମିକସ୍ କ୍ୟୁରି ଘୋଷଣା କରିଛନ୍ତି । ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଏ ମାମଲାରେ ପରବର୍ତୀ ଶୁଣାଣି ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା