Connect with us

ଦେଶ

ଯୁବତୀଙ୍କୁ ମାଡମାରିବା ଘଟଣାରେ ରାଜନାଥ ସିଂହ ଗମ୍ଭୀର l

ଯୁବତୀଙ୍କୁ ମାଡମାରିବା ଘଟଣାରେ ରାଜନାଥ ସିଂହ ଗମ୍ଭୀର l

ନୂଆଦିଲ୍ଲୀ,୧୪ା୯ : ଦିଲ୍ଲୀର ଜଣେ ଯୁବତୀଙ୍କୁ ମାଡମାରିବା ଘଟଣାରେ ଗୃହମନ୍ତ୍ରୀ ରାଜନାଥ ସିଂହ ଗମ୍ଭୀର ହୋଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଦିଲ୍ଲୀର ତିଳକ ନଗରରେ ଜଣେ ଯୁବତୀଙ୍କୁ ନିର୍ଦ୍ଦୟ ଭାବରେ ମାଡ ମାରିବା ଘଟଣା ତାଙ୍କ ନଜରକୁ ଆସିଛି । ଏନେଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସେ ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହୋଇଛନ୍ତି ।

ସୂଚନାନୁଯାୟୀ ଉତ୍ତମ ନଗର ଅଞ୍ଚଳରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ଏକ କଲ ସେଣ୍ଟର ଅଫିସରେ ମାଡ ମାରିଥିଲେ ଏବଂ ପରେ ସେହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଭିଡିଓରେ ନଜର ଆସିଥିବା ଯୁବକ ଜଣକର ନାମ ରୋହିତ । ସେ ଯୁବତୀଙ୍କ ସହ ବିବାହ କରିବାକୁ ଚାହୁଁଥିଲେ । ଯୁବତୀ ବିବାହ ପାଇଁ ମନା କରିଥିବା କାରଣୁ ସେ ତାଙ୍କୁ ପଟିଥିଲେ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଯୁବତୀ ଜଣକ ତିଳକ ନଗର ଥାନାରେ ଏଫ୍ଆଇଆର ରୁଜୁ କରିଥିଲେ ।

ପୀଡିତାଙ୍କ କହିବା ଅନୁଯାୟୀ, ରୋହିତ ନାମକ ଜଣେ ଯୁବକ ତାଙ୍କୁ ଏହି ଭିଡିଓ ପଠାଇଥିଲେ ଏବଂ ତାଙ୍କ କଥା ନମାନିଲେ ଆଗକୁ ତାଙ୍କ ସହ ଏମିତି କରିବେ ବୋଲି ଧମକ ଦେଇଥିଲେ । ପୀଡିତା ଯୁବତୀ ଏବଂ ସମ୍ପୃକ୍ତ ଯୁବକଙ୍କ ମଧ୍ୟରେ ପୂର୍ବରୁ ବ୍ରେକ୍ଅପ୍ ହୋଇ ସାରିଥିଲା । ଏବେ ଯୁବତୀ ଜଣକ ତାଙ୍କ ସହ ଦେଖା କରିବାକୁ ଚାହୁଁନଥିଲେ । ତେବେ ପୋଲିସ ଏନେଇ ଛାନଭିନ ଆରମ୍ଭ କରିଥିବାର ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ