Connect with us

ଦେଶ

ମୋଦି ଓ ଯୋଗୀ ହିନ୍ଦୁ ଧର୍ମ ବିରୋଧୀ:- କମ୍ପ୍ୟୁଟର ବାବା

ସାଙ୍କେତିକ

ମୋଦି ଓ ଯୋଗୀ ହିନ୍ଦୁ ଧର୍ମ ବିରୋଧୀ:- କମ୍ପ୍ୟୁଟର ବାବା
ନୂଆଦିଲ୍ଲୀ:- ମଧ୍ୟପ୍ରଦେଶର ପୂର୍ବତନ ବିଜେପି ମନ୍ତ୍ରୀ ନାମଦେଓ ଦାସ ତ୍ୟାଗୀ ଓରଫ କମ୍ପ୍ୟୁଟର ବାବା ହନୁମାନଙ୍କ ଜାତିକୁ ନେଇ ବିଜେପି ନେତାମାନଙ୍କର ମତାମତକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି । ଏହି ମାମଲାରେ ସେ ମୋଦି ଓ ଯୋଗୀଙ୍କୁ ହିନ୍ଦୁ ଧର୍ମ ବିରୋଧୀ ବୋଲି କହିବାକୁ ମଧ୍ୟ କୁଣ୍ଠାବୋଧ କରିନାହାନ୍ତି ।

ହନୁମାନଙ୍କୁ ଦଳିତ କହିଥିବାରୁ ଯୋଗୀ ସର୍ବ ସମ୍ମୁଖରେ କ୍ଷମାମାଗନ୍ତୁ ବୋଲି ସେ ଦାବୀ କରିଛନ୍ତି । ଯଦି ଯୋଗୀ କ୍ଷମା ନ ମାଗନ୍ତି ତେବେ ସେ ମକର ସଂକ୍ରାନ୍ତି ଦିନ ଗଙ୍ଗାରେ ବୁଡ଼ ପକାଇ ଯୋଗୀଙ୍କ ବିରୋଧରେ ତାଙ୍କର ଅଭିଯାନ ଆରମ୍ଭ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ସେହିପରି କମ୍ପ୍ୟୁଟର ବାବା ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନର ନାମକୁ ଯେପରି ଢ଼ଙ୍ଗରେ ଯୋଗୀ ପରିବର୍ତ୍ତନ କରୁଛନ୍ତି ତାକୁ ମଧ୍ୟ ବିରୋଧ କରିଛନ୍ତି ।

ଏପ୍ରସଙ୍ଗରେ ସେ ମୋଦୀଙ୍କୁ ପରାମର୍ଶ ଦେଇ ବିଜେପିର ନା କଂଗ୍ରେସକୁ ପରିବର୍ତିତ କରିବାକୁ ଆହ୍ୱାନ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ