Connect with us

ଦେଶ

ମୋଦିଙ୍କ ରାଲି ପାଇଁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

ସାଙ୍କେତିକ

ମୋଦିଙ୍କ ରାଲି ପାଇଁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ
୩୫ ଛାତ୍ରଛାତ୍ରୀ ଆହତ
ନୂଆଦିଲ୍ଲୀ,୨୭ା୧୨ : ହିମାଚଳ ପ୍ରଦେଶର କଙ୍ଗଡ ଜିଲ୍ଲାର ଲଙ୍ଗ ନିକଟରେ ଏକ ବସ ଓଲଟି ପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଗତ ପାଇଁ ଏକଲବ୍ୟ କମ୍ପ୍ୟୁଟର ସେଣ୍ଟର ଛାତ୍ରଛାତ୍ରୀମାନେ ଏହି ବସରେ ଧର୍ମଶାଳା ଯାଉଥିଲେ । ରାସ୍ତାରେ ଲଙ୍ଗ ନିକଟରେ ବସ୍ଟି ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପ୍ରାୟ ୩୫ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାପଡିଛି ।

ନିକଟରେ କୌଣସି ମେଡିକାଲ ନଥିବା କାରଣରୁ ଘଟଣା ସ୍ଥଳରେ ଆହତଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା ଓ ପରେ ସେମାନଙ୍କୁ ଲଙ୍ଗ ସିଏଚ୍ସିକୁ ସ୍ଥାନାନ୍ତର କରାଯାଇଛି । ଆହତ ଛାତ୍ରଛାତ୍ରୀଙ୍କ ବୟସ ୨୦ ରୁ ୨୪ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ôଚ ଆହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର କାରଣ ଜଣାପଡିନାହିଁ । ସୂଚନାଥାଉ କି, ଗୁରୁବାର ସାଢ଼େ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧର୍ମଶାଳାରେ ପହଞ୍ôଚବା କାର୍ଯ୍ୟକ୍ରମ ରହିଥିଲା ।

ସେଠାରେ ଦଳୀୟ କର୍ମୀ ଏବଂ ସରକାରୀ କର୍ମୀଙ୍କ ସମେତ ୫୦ଜଣ ପ୍ରମୁଖ ବ୍ୟକ୍ତିଗତ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିବାର ଯୋଜନା ଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଏକଲବ୍ୟ କମ୍ପ୍ୟୁଟର ସେଣ୍ଟର ଛାତ୍ରଛାତ୍ରୀମାନେ ଆସୁଥିବା ବେଳେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ