Connect with us

ବିଦେଶ

ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାର

ସାଙ୍କେତିକ ଚିତ୍ର

ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାର
ନୂଆଦିଲ୍ଲୀ,୨୪ା୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୮ ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯିବା ଲାଗି ସିଓଲ ଶାନ୍ତି ପୁରସ୍କାର କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅନ୍ତର୍ଜାତୀୟ ସହଯୋଗ ଓ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କ ଯୋଗଦାନ, ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଇ ମାନବତାର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଦୁର୍ନୀତି ବିରୋଧୀ ତଥା ସାମାଜିକ ସଂହତି ପ୍ରୟାସ ଜରିଆରେ ଗଣତନ୍ତ୍ରର ବିକାଶକୁ ଆଗେଇ ନେବା ଦିଗରେ ସମର୍ପିତ ପ୍ରୟାସ ଲାଗି ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । ୨୦୧୮ ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରିବା ଅବସରରେ ପୁରସ୍କାର ସମିତି, ଭାରତୀୟ ଏବଂ ବିଶ୍ୱ ଅର୍ଥବ୍ୟବସ୍ଥା ଗୁଡିକର ଅଭିବୃଦ୍ଧି କ୍ଷେତ୍ରରେ ଯୋଗଦାନ ଏବଂ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ସାମାଜିକ ଓ ଅର୍ଥନୈତିକ ତାରତମ୍ୟ ହ୍ରାସ କରିବା ଲାଗି ‘ମୋଦି ଅର୍ଥନୀତି’ର ପ୍ରଚଳନ ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗଦାନକୁ ବିବେଚନା କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ