Connect with us

ଓଡିଶା

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ ପଟ୍ଟନାୟକ

ସାଙ୍କେତିକ

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ ପଟ୍ଟନାୟକ
ଭୁବନେଶ୍ୱର,୧୮ ଅପ୍ରେଲ – ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍ ବି ଲାଇନଚ୍ୟୁତ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ।
ଗୁରୁବାର ଦିନ ବାଙ୍କୀ ଓ ବଡମ୍ବାରେ ନିର୍ବାଚନୀ ପ୍ରଚାର କରିବା ବେଳେ ଆଟାକିଂ ମୁଡ୍ ରେ ଦେଖିବାକୁ ମିଳିଥିଲା ମୁଖ୍ୟମନ୍ତ୍ରୀଙ୍କୁ । ସିଧାସଳଖ ବିଜେପିକୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନିର୍ବାଚନ ଆସିଲେ ବିଜେପି ନେତାଙ୍କ ଓଡିଶା କଥା ମନେ ପଡେ । ନିର୍ବାଚନରେ ଲୋକଙ୍କ ମୁରଡ୍ ଦେଖି ହାରିବା ଜାଣି ସାରିଲେଣି । ତେଣୁ ବାୟା ହେଉଛନ୍ତି । ଏବେ ଗରିବଙ୍କ କଥା ମନେ ପଡୁଛି । ୫ ବର୍ଷ କଣ କରୁଥିଲେ ? ୫୦ ଲକ୍ଷ ଚାକିରୀ ହରାଇଲେ । ଦରଦାମ୍ , ଗ୍ୟାସ୍ ଓ ପେଟ୍ରୋଲ ଦର ବଢିଲା । ଗରିବଙ୍କୁ ଆହୁରି ଗରିବ କଲେ । ଲୋକ ସବୁ ଜାଣୁଛନ୍ତି । ଆଉ ଆପଣଙ୍କୁ ଭୋଟ୍ ମିଳିବନି ବୋଲି ମୁଖ୍ୟମନ୍ତ୍ରୀ କଟାକ୍ଷ କରି କହିଛନ୍ତି ।
ଅନ୍ୟପକ୍ଷରେ କାଳିଆ ଯୋଜନା ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ମିଶନ ଶକ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଜର କଥା ଦୋହରାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା