Connect with us

ଓଡିଶା

ମେଂଟ ହେବନି ,ଏକାକୀ ଲଢିବ ବିଜେଡି : ନବୀନ ପଟ୍ଟନାୟକ

ସାଙ୍କେତିକ

ମେଂଟ ହେବନି ,ଏକାକୀ ଲଢିବ ବିଜେଡି : ନବୀନ ପଟ୍ଟନାୟକ
ଭୁବନେଶ୍ୱର,୧୨ ମାର୍ଚ୍ଚ – ଆସନ୍ତା ୨୦୧୯ ନିର୍ବାଚନରେ ବିଜେଡି ଏକାକୀ ଲଢିବ । କାହା ସହ ମେଂଟ କରିବ ନାହିଁ । ବିଜୟ ସମ୍ଭାବନାକୁ ନେଇ ଦଳୀୟ ଟିକେଟ୍ ପ୍ରଦାନ କରାଯିବ । ଟିକେଟ୍ ଦେବା ସମୟରେ ଯୁବକ ଓ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହି ନିର୍ବାଚନରେ ବିଜେଡି ଭଲ କରିବ ବୋଲି ସେ ଗତକାଲି କହିଥିଲେ । ଆଜି ମଧ୍ୟ ତାହାକୁ ଦୋହରାଉଛନ୍ତି । ଦଳୀୟ ପ୍ରାର୍ଥୀ ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିଲାଗି ଦଳର ନେତା , ସାଂସଦ , ବିଧାୟକମାନଙ୍କ ସହିତ ପରାମର୍ଶ କରାଯାଉଛି ।
ସେ ଆହୁରି କହିଥିଲେ ଯେ ବିଜେଡି ଏକ ଆଂଚଳିକ ଦଳ ଏବଂ ରାଜ୍ୟ ସ୍ୱାର୍ଥ ରକ୍ଷା ପାଇଁ ଉର୍ଦ୍ଦିଷ୍ଟ । ତାଙ୍କ ଦଳ ଲୋକଙ୍କ ସହିତ ରହିଛି ଓ ରହିବ । ରାଜ୍ୟରେ ବହହୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଓ ଯୋଜନା ହାତକୁ ନିଆଯାଇଛି । ରାଜ୍ୟବାସୀଙ୍କୁ ସ୍ୱଚ୍ଛ ପ୍ରଶାସନ ଦିଆଯାଇଛି । ତେଣୁ ଲୋକେ ତାଙ୍କ ଦଳକୁ ବିଜୟୀ କରିବେ ବୋଲି ତାଙ୍କର ଦୃଢ ବିଶ୍ୱାସ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା