Connect with us

ଦେଶ

ମୁମ୍ବାଇରେ ପେଟ୍ରୋଲ ଛୁଇଁଲା ୯୦ l

ମୁମ୍ବାଇରେ ପେଟ୍ରୋଲ ଛୁଇଁଲା ୯୦ l

ପେଟ୍ରୋଲ ଛୁଇଁଲା ୯୦
ନୂଆଦିଲ୍ଲୀ,୨୪ା୯ : ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ଭାବେ ବଢ଼ି ଚାଲିଛି । ଅଗଷ୍ଟ ୧ରୁ ପେଟ୍ରୋଲ ଓ ଡିଜେଲ ଦରରେ ଊଦ୍ଧ୍ୱର୍ମୁଖୀ ରହିଛି । କେବଳ ଅଗଷ୍ଟ ୧୩ରେ ପେଟ୍ରୋଲ ଓ ଡିଜେଲ ଦରରେ ସାମାନ୍ୟ ହ୍ରାସ ଘଟିଥିଲା । ଏହାପରଠାରୁ ତୈଳ ଦର ବଢ଼ି ଚାଲିଛି ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରଥମଥର ପେଟ୍ରୋଲ ଦର ୯୦ ଟଙ୍କା ପାର କରିଛି । ସୂଚନା ଅନୁସାରେ ସୋମବାର ପେଟ୍ରୋଲ ଦର ଲିଟର ପିଛା ୧୧ ପଇସା ବୃଦ୍ଦି ପାଇ ୯୦ ଟଙ୍କା ୮ ପଇସାରେ ପହଂଚିଛି । ସେହିପରି ଡିଜେଲ ଦର ଲିଟର ପିଛା ୫ ପଇସା ବୃଦ୍ଧି ପାଇ ୭୮ ଟଙ୍କା ରହିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୮୨ ଟଙ୍କା ୭୨ ପଇସା ଏବଂ ୭୪ ଟଙ୍କା ୨ ପଇସା ରହିଛି । କୋଲକାତାରେ ପେଟ୍ରୋଲ ଦର ପ୍ରତି ଲିଟର ୮୪ଟଙ୍କା ୫୪ ପଇସା ଏବଂ ଡିଜେଲ ଦର ୭୮ ଟଙ୍କା ୨୬ ପଇସା ରହିଛି ।

ଏହାପୂର୍ବରୁ ରବିବାର ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦରରେ ଯଥାକ୍ରମେ ୧୭ ପଇସା ଓ ୧୦ ପଇସା ବୃଦ୍ଧି ଘଟିଥିଲା । ଏହି କ୍ରମରେ ସବୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହେବା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଛି । ଫଳରେ ଏହାର ପ୍ରଭାବ ଭାରତୀୟ ତୈଳ ବଜାରରେ ପରିଲକ୍ଷିତ ହୋଇଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ