Connect with us

ଓଡିଶା

ମୁଖ୍ୟ ସ୍ରୋତରେ ସାମିଲ୍ ପାଇଁ ନକ୍ସଲଙ୍କୁ ନିବେଦନ-ପଦଯାତ୍ରାରେ ସ୍ବେଛାସେବୀ

ସାଙ୍କେତିକ

ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ପାଇଁ ନକ୍ସଲଙ୍କୁ ନିବେଦନ, ପଦଯାତ୍ରାରେ ସ୍ବେଛାସେବୀ
କନ୍ଧମାଳ ୨୫ା୧- ସମଗ୍ର ଦେଶ ଓ ରାଜ୍ୟର ଅଧିକାଂଶ ଅଂଚଳ ନକ୍ସଲ ପ୍ରଭାବିତ ରହିଥିବାବେଳେ ଏବଂ ସେଥିପାଇଁ ରାଜ୍ୟ ପୋଲିସ ବିଭାଗ ତଥା ସରକାର ମଧ୍ୟ ସେମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେଇ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ ସୁଦ୍ଧା ସେମାନଙ୍କୁ ବୁଝାଇବାରେ ଅସଫଳ ହେଉଛନ୍ତି । ଫଳରେ ନକ୍ସଲ ପ୍ରଭାବିତ ଅଂଚଳର ସାଧାରଣ ଜନତାଙ୍କ ସମେତ ନକ୍ସଲ କାର୍ଯ୍ୟକଳାପରେ ଲିପ୍ତ ଥିବା ଲୋକଙ୍କର ପରିବାର ବର୍ଗ ମଧ୍ୟ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ସେଥିପାଇଁ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗ୍ରାମପଂଚାୟତର ରଗଡିପଡା ଗ୍ରାମର ଗଗନ ବିହାରୀ ନାୟକ ନାମକ ଜଣେ ସ୍ୱେଚ୍ଛାସେବୀ ଗତ ୮ ତାରିଖରୁ ନିଜ ଗ୍ରାମରୁ ପଦଯାତ୍ରାରେ ବାହାରିଛନ୍ତି ମାଲକାନଗିରି ଅଂଚଳକୁ । ଭୁନେଶ୍ୱରରେ ପହଂଚିବା ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହିତ ସାକ୍ଷାତ କରିଥିଲେ । ସେଠାରୁ ପୁଣି ପଦଯାତ୍ରାରେ ଆସି ସେ ଆଜି କନ୍ଧମାଳ ଜିଲ୍ଲାରେ ପହଂଚିଛନ୍ତି । ଆଜି ସେ ଫୁଲବାଣୀରେ ଜିଲ୍ଲାପାଳଙ୍କ ନିକଟରେ ପହଂଚି ତାଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଇବା ପରେ ପୁଣି ବାହାରିଛନ୍ତି ନିଜ ଲକ୍ଷ୍ୟ ପଥରେ ।

ସେ ବାଲିଗୁଡା ବାଟଦେଇ ମୁନିଗୁଡା, ରାୟଗଡା ଏବଂ ଶେଷରେ ମାଲକାନଗିରିରେ ପହଂଚି ସେଠାରେ ନକ୍ସଲ ମାନଙ୍କ ସହ ଭେଟି ସେମାନଙ୍କର ରହିଥିବା ଦାବୀ ଏବଂ କିଭଳି ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେ ଦିଗରେ ସେମାନଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଏହି ପଦଯାତ୍ରା ସମାଜର ମଙ୍ଗଳ ପାଇଁ ତାଙ୍କର ଏକ ପ୍ରଚେଷ୍ଟା ବୋଲି କହିଛନ୍ତି ଗଗନ । ଏଥିପାଇଁ ସେ ସମସ୍ତଙ୍କର ସହଯୋଗ ମଧ୍ୟ ଲୋଡିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା