Connect with us

ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ତୋଫାନୀ ଗସ୍ତ : ମୁଁ ଥିବା ଯାଏ କାଳିଆ ଯୋଜନା ବନ୍ଦ ହେବ ନାହିଁ’

ସାଙ୍କେତିକ

ଭଦ୍ରକ ଜିଲ୍ଲା ନିର୍ବାଚନ ପ୍ରଚାର ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ତୋଫାନୀ ଗସ୍ତ : ମୁଁ ଥିବା ଯାଏ କାଳିଆ ଯୋଜନା ବନ୍ଦ ହେବ ନାହିଁ’
ଭଦ୍ରକ, ୨୩ ଅପ୍ରେଲ – ବିଜେଡି ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଭଦ୍ରକ ଜିଲ୍ଲାକୁ ନିର୍ବାଚନୀ ପ୍ରଚାରରେ ଆସି ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ‘ରାଜ୍ୟରେ ଥିବା ବିଜେଡି ସରକାର କୃଷକମାନଙ୍କ ପାଇଁ ସଦା ସର୍ବଦା ଚିନ୍ତା କରି ଆସିଛି । ସେମାନଙ୍କ ପାଇଁ କାଳିଆ ଯୋଜନା ଏବଂ ସେମାନଙ୍କ ପିଲାମାନଙ୍କ ପାଇଁ କାଳିଆ ଛାତ୍ରବୃତି ଯୋଜନା ପ୍ରଣୟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଛନ୍ତି । ବାକି ରହିଥିବା କାଳିଆ ଯୋଜନା କିସ୍ତି ରାଜ୍ୟରେ ଏଥର ବିଜେଡି ସରକାର ଆସିବାର ପ୍ରଥମ ଦିନରେ ହିଁ ୨ କିସ୍ତି ଟଙ୍କା ୧୦ ହଜାର ଲେଖାଏଁ ଆକାଉଣ୍ଟକୁ ଦିଆଯିବ ।

କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ । ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ମହିଳାମାନଙ୍କୁ ସହାୟତା ରାଶି ୫ ଲକ୍ଷକୁ ବୃଦ୍ଧି କରାଯାଇ ୧୦ ଲକ୍ଷ କରାଯିବ । ବିଜେପି ସରକାର ଡବଲ ଇଂଜିନର ଯେଉଁ ନାରା ଲଗାଉଛି ତାହାର ଫଳ ସେମାନେ ପାଇ ସାରିଛନ୍ତି । ଛତିଶଗଡ, ପଞ୍ଜାବ, ମଧ୍ୟପ୍ରଦେଶର ଲୋକେ ସେମାନଙ୍କୁ ଉଚିତ ଜବାବ ଦେଇ ସାରିଛନ୍ତି । ଚଳିତ ନିର୍ବାଚନରେ ଓଡିଶାବାସୀ ମଧ୍ୟ ସେମାନଙ୍କୁ ଉପଯୁକ୍ତ ଜବାବ ଦେବେ । ଓଡିଶାର ବିପତି ସମୟରେ ସେମାନଙ୍କର ଦେଖା ନ ଥିଲା । ଆଜି ଭୋଟ ବେଳେ ପହଂଚି ରାଜ୍ୟବାସୀଙ୍କ ପାଖରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସେମାନଙ୍କ ଏହି କାନ୍ଦଣାରେ ଭୁଲି ନ ଯାଇ ପୁଣି ଥରେ ବିଜୁ ଜନତା ଦଳକୁ ଶାସନ କ୍ଷମତାକୁ ଆଣିବା ଲାଗି ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ବହୁ ଭୋଟରେ ବିଜୟୀ କରାନ୍ତୁ’ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।

ଭଦ୍ରକ ଲୋକସଭା ପ୍ରାର୍ଥନୀ ମଂଜୁଲତା ମଣ୍ଡଳ ଏବଂ ଭଦ୍ରକ ବିଧାନସଭା ପ୍ରାର୍ଥୀ ସଂଜୀବ ମଳ୍ଲିକଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହେଲିକ୍ୟାପ୍ଟର ଯୋଗେ ପ୍ରଥମେ ବାସୁଦେବପୁର ନିର୍ବାଚନ ମଣ୍ଡଳୀକୁ ପ୍ରଚାର ପାଇଁ ପହଞ୍ଚି ଥିଲେ । ସେଠାରେ ଯାଦବ ପଡିଆରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉଦ୍ବୋଧନ ଦେଇଥିଲେ । ଏହି ସଭାରେ ଭଦ୍ରକ ସାଂସଦ ପ୍ରାର୍ଥିନୀ ମଂଜୁଲତା ମଣ୍ଡଳ, ବାସୁଦେବପୁର ବିଧାନସଭା ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜୁ ଯୁବବାହିନୀ ବାସୁଦେବପୁର ନଗର ସଭାପତି ଅସିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ପରେ ସେଠାରୁ ମୁଖ୍ୟମନ୍ତ୍ରୀ ଭଦ୍ରକ ଆସି ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ସମାବେଶରେ ଉଦ୍ବୋଧନ ଦେଇଥିଲେ । ଜିଲ୍ଳା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଂସଦ ପ୍ରାର୍ଥିନୀଙ୍କ ସହିତ ବିଧାନସଭା ପ୍ରାର୍ଥୀ ଶ୍ରୀ ମଲ୍ଲିକ ଉପସ୍ଥିତ ଥିଲେ । ପୂର୍ବରୁ ଜିଲ୍ଲା ଛାତ୍ର ବିଜେଡି ସଭାପତି ତଥାଗତ ସାମଲ, ପୂର୍ବତନ ନଗରପାଳ ମାନସ ମହାନ୍ତି, ପୂର୍ବତନ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା, ପୂର୍ବତନ କାଉନସିଲର ପ୍ରଣୟ ଦାସ, ପୂର୍ବତନ ପୌର ଉପାଧ୍ୟକ୍ଷା ତାହେରା ଖାତୁନ, ଯୋଗେନ୍ଦ୍ର ଘଡେଇ, ଶ୍ୟାମସୁନ୍ଦର ନାୟକ, ରମେଶ ବେହେରା, ତାହେର ଅହମ୍ମଦ, ଜିଲା ପରିଷଦ ସଭ୍ୟ ସରୋଜ ନାୟକ, ପୂର୍ବତନ ଛାତ୍ର ବିଜେଡି ସଭାପତି ରାକେଶ ପଣ୍ଡା ପ୍ରମୁଖ ଭାଷଣ ରଖିଥିଲେ ।

ଏଥିପୂର୍ବରୁ ଗେଲପୁରର ପୂର୍ବତନ ସରପଞ୍ଚ ତଥା ଜିଲା ପରିଷଦ ସଭ୍ୟ ଅସିତ୍ ପାଣିଗ୍ରାହୀ, କଲେଇ ପଂଚାୟତର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ରାୟ, ଯୁବନେତା ତୁଷାରକାନ୍ତି ପରିଡା, ବାବୁଲା ରାଉତ, ବହୁଦରଡାର ସମିତି ସଭ୍ୟ ମୁକୁନ୍ଦଦେବ ସାମଲଙ୍କ ଭଳି ବହୁ ନେତାଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ବିଭିନ୍ନ ପଟୁଆରାରେ ଆସି ନେହେରୁ ଷ୍ଟାଡିୟମ୍ରେ ପହଂଚିଥିଲେ । ଭଦ୍ରକ ସଭାପରେ ମୁଖ୍ୟମନ୍ତ୍ରୀ ବନ୍ତ ଯାଇ ବନ୍ତବ୍ଲକ ପଡିଆରେ ଉଦ୍ବୋଧନ ଦେଇଥିଲେ । ସେଠାରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥ ହୋଇଥିବା ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଜିତାଇବାକୁ ନିବେଦନ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଧୁଷୁରୀ ଯାଇ ବାସନ୍ତୀ ପଡିଆରେ ଅନୁଷ୍ଠିତ ସଭାରେ ଉଦ୍ବୋଧନ ଦେଇଥିଲେ । ବରିଷ୍ଠ ବିଜେଡି ନେତା ରଘୁନାଥ ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଧାମନଗର ପ୍ରାର୍ଥ ରାଜେନ୍ଦ୍ର ଦାସ, ବିଧାୟକ ମୁକ୍ତି ମଣ୍ଡଳ, ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ(ବୁବୁନ) ପ୍ରମୁଖ ମଂଚାସିନ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା