Connect with us

ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ଗସ୍ତପାଇଁ କେନ୍ଦ୍ରାପଡ଼ା ବିଜେଡି ଉତ୍ସାହିତ

ସାଙ୍କେତିକ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତପାଇଁ କେନ୍ଦ୍ରାପଡ଼ା ବିଜେଡି ଉତ୍ସାହିତ
କେନ୍ଦ୍ରାପଡ଼ା, ୧୩ ଫେବୃଆରୀ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆସନ୍ତା ୧୫ତାରିଖ କେନ୍ଦ୍ରାପଡା ଗସ୍ତ ଓ କାଳିଆ ଯୋଜନା ଓ କୃଷକ ସମାବେଶରେ ଲକ୍ଷାଧିକ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୃତି କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି । ଏ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲ୍ଲାପାଳ ଦାଶରଥି ଶତପଥି, ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ର, ବିଜେଡି ରାଜ୍ୟ ସଂପାଦକ ପ୍ରମୋଦ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ବ୍ଲକ ଚେୟାରମ୍ୟାନ୍ ଅନାମବଂଧୁ ଧଳ, ୮ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ତଥା ଜିଲ୍ଲା ଯୋଜନା ବୋର୍ଡ ସଭ୍ୟା ଜ୍ୟୋସ୍ନାରାଣୀ ଜେନା, ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଏହି ବୈଠକରେ ଉପସ୍ଥିତ ରହି ସଭା ଦିନ ଟ୍ରାଫିକ ସମସ୍ୟା, ସଭାସ୍ଥାନର ପାନୀୟ ଜଳ, ଯାତାୟତ ସୁବିଧା, ଯାନବାହାନ ପାର୍କଂ ଆଦି ସମ୍ଭାବ୍ୟ ସମସ୍ୟା କିଭଳି ସମାଧାନ କରାଯାଇପାରିବ ସେ ସମ୍ବନ୍ଧରେ ବିଚାର ବିନିମୟ କରିଥିଲେ ଓ ଲକ୍ଷାଧିକ ଜନସମାଗମକୁ ଦୃଷ୍ଟି ଦେବାକୁ ଆନୁସଙ୍ଗୀକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଓ ଜଗତ୍ସିଂହପୁର ଜିଲ୍ଲାରୁ ଲକ୍ଷାଧିକ କୃଷକ ଯୋଗ ଦେଉଥିବାରୁ ଓ ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ କୈାଣସି ପ୍ରକାର ତ୍ରୁଟି ବିଚ୍ୟୁତି ଓ ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଉପସ୍ଥିତ ନେତୃମଣ୍ଡଳୀ ଓ ଜିଲ୍ଲାପାଳ କର୍ମକର୍ତାମାନଙ୍କୁ ସୂଚନା ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା