Connect with us

ଅପରାଧ

ମିଳିଲାନି ହକି ବିଶ୍ୱ କପର ଟିକେଟ୍

ସାଙ୍କେତିକ ଚିତ୍ର

ମିଳିଲାନି ହକି ବିଶ୍ୱ କପର ଟିକେଟ୍

– ଷ୍ଟାଡିୟମ୍ କାଉଂଟରରେ ଗତ ରାତିରୁ ଧାଡି ଲଗାଇଥିବା ହକି ପ୍ରେମୀଙ୍କ ଭଙ୍ଗାରୁଜା

ଭୁବନେଶ୍ୱର:-  ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବର ଟିକେଟ୍ ବିକ୍ରି ପାଇଁ ୧୫ ତାରିଖକୁ ସରକାର ଦିନ ଧାର୍ଯ୍ୟ କରିଥିଲେ । ଟିକେଟ୍ କିଣିବାପାଇଁ ଭୁବନେଶ୍ୱର ସମେତ ଦୂରଦୂରାନ୍ତରୁ ଗତ ରାତିରେ ହକି ପ୍ରେମୀ କଳିଙ୍ଗ ଷ୍ଟାଡିୟମ୍ ର ୯ ନମ୍ବର କାଉଂଟରରେ ଅପେକ୍ଷା କରିଥିଲେ ହେଁ ଟିକେଟ୍ ପାଇନଥିଲେ ।  କାଉଂଟର ସମ୍ମୁଖରେ ନୋ ଟିକେଟ୍ ଆଭେଲେବଲ୍ ନୋଟିସ୍ ଲଗାଯାଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଅପେକ୍ଷାରତ ହକି ପ୍ରେମୀମାନେ ଷ୍ଟାଡିୟମ୍ ବାହାରେ ଭଙ୍ଗାରୁଜା କରିଥିଲେ । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଂଚି ସ୍ଥିତିକୁ ଆୟତ କରିଥିଲା ।

ଅନ୍ୟପକ୍ଷରେ ଉଦଘାଟନୀ ଉତ୍ସବର ଟିକେଟ୍ ଅନଲାଇନ୍ ରେ ବିକ୍ରି ହେବ । ଏସମ୍ପର୍କରେ ସୂଚନା ଦିଆଯିବ ବୋଲି କ୍ରୀଡା ବିଭାଗ ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ଆସନ୍ତା ୨୮ ତାରିଖରେ ହକି ବିଶ୍ୱ କପ୍ ଆରମ୍ଭ ହେବାକୁ ଥିବା ବେଳେ ୨୭ ତାରିଖରେ ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ । ଏଥିରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ ଓ ବିଶିଷ୍ଟ ସଂଗୀତଜ୍ଞ ଏ ଆର ରେହମାନ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ କ୍ରୀଡ଼ା ସଚିବ ବିଶାଳ ଦେବ ଘୋଷଣା  କରିଥିଲେ ଯେ ଉଦଘାଟନୀ ମ୍ୟାଚର ଟିକେଟ୍ ୧୫ ତାରିଖରୁ ମିଳିବ । ଅ।ଉ ଏହାର ଦାମ ୫ଶହ ଟଙ୍କା ରହିବ ବୋଲି ସଚିବ କହିଥିଲେ । ଏଥିପାଇଁ  ଗତ ରାତିରୁ କଳିଙ୍ଗ ଷ୍ଟାଡିୟମ୍ ୯ ନମ୍ବର ଗେଟ୍ ପାଖରେ ଧାଡ଼ିରେ ବସିଥିଲେ ଅନେକ ଯୁବକ । ଶୀତରେ ଘୋଡ଼େଇ ହୋଇ କାଉଁଟର ସାମ୍ନାରେ ଶୋଇ ରହି ଜାଗା ମାଡ଼ି ବସିଥିବା ଦେଖିବାକୁ ମିଳିଥିଲା  । ତେବେ ଟିକେଟ୍ ଆରମ୍ଭ ହେବା ବେଳକୁ ଟିକେଟ୍ ନାହିଁ ବୋଲି ଲେଖି କାଉଂଟର ସାମ୍ନାରେ ଟଙ୍ଗା ଯିବାରୁ ଉପସ୍ଥିତ ହକି ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଉତ୍ୟକ୍ତ ଲୋକେ ସେଠାରେ ଲଗାଯାଇଥିବା ହୋର୍ଡିଂ ଓ ବ୍ୟାରିକେଟ୍ ଭଙ୍ଗାଭଙ୍ଗି କରିଥିଲେ  ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ