Connect with us

ଆମ ଖବର

“ମିଥ୍ୟା ତଥ୍ୟର ସୌଦାଗର ବିଜେଡି ସରକାର’ :- ବିଜେପି l

"ମିଥ୍ୟା ତଥ୍ୟର ସୌଦାଗର ବିଜେଡି ସରକାର' :- ବିଜେପି l

“ମିଥ୍ୟା ତଥ୍ୟର ସୌଦାଗର ବିଜେଡି ସରକାର’ :- ବିଜେପି l
ଭୁବନେଶ୍ୱର,୨୮ା୮ : ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଏବଂ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ସୁକେଶୀ ଓରାମ ଅଭିଯୋଗ କରିଛନ୍ତି ଯେ, ମିଥ୍ୟା ତଥ୍ୟ ରଖି ଶାସକ ବିଜେଡି ବଡ ବଡ ବିଜ୍ଞାପନ ମାଧ୍ୟମରେ ନିଜର ଆତ୍ମ ପ୍ରଚାର ଚଲାଇଛି । ପୁଣି ଥରେ ବିଜୁ ପକ୍କା ଘର ଯୋଜନାକୁ ନେଇ ରାଜ୍ୟସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରିଛନ୍ତି ।

ରାଜ୍ୟସରକାର ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ୧୭ ଲକ୍ଷ କଚା ଘରକୁ ପକ୍କା କରିଥିବା ବିଜ୍ଞାପନ ମାରି ପ୍ରଚାର କରିଥିଲେ । କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ମିଥ୍ୟା ତଥ୍ୟ ଉପରେ ଆଧାରିତ ବୋଲି ବିଭାଗୀୟ ସଚିବ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ତାଙ୍କ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଇନ୍ଦିରା ଆବାସ ଯୋଜନାରେ ୧୬ ଲକ୍ଷ ଘର ହୋଇଛି । ସେହିପରି ବିଜୁ ପକ୍କାଘର ଏବଂ ଖଣି ଓ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ମୋଟ ୨.୮ ଲକ୍ଷ ଘର ନିର୍ମାଣ ହୋଇଥିବା ତାଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି ।

ଏହି ପରିପ୍ରେକ୍ଷୀରେ ପକ୍କା ଘର ମାମଲାରେ ମିଛ ତଥ୍ୟକୁ ପ୍ରଚାରିତ କରି କେନ୍ଦ୍ର ସରକାରଙ୍କ ଯୋଜନାରେ ନିର୍ମିତ ପକ୍କା ଘରକୁ ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା କହି ମିଛ ପ୍ରଚାର କରୁଛନ୍ତି । ଏହି ରିପୋର୍ଟ ଅନୁସାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଠିକ୍ କହୁଛନ୍ତି କି ତାଙ୍କ ସଚିବ ଠିକ୍ କହୁଛନ୍ତି ତାହା ଆଗ ରାଜ୍ୟସରକାର ସ୍ପଷ୍ଟ କରନ୍ତୁ ବୋଲିି ଦାବୀ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର