Connect with us

ଦେଶ

ମାଲ୍ୟାଙ୍କ ଖୁଲାସା :- ଦେଶ ଛାଡିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲି l

ମାଲ୍ୟାଙ୍କ ଖୁଲାସା :- ଦେଶ ଛାଡିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲି l

ମାଲ୍ୟାଙ୍କ ଖୁଲାସା
ଦେଶ ଛାଡିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲି

ନୂଆଦିଲ୍ଲୀ,୧୨ା୯ : ମଦ ବ୍ୟବସାୟୀ ବିଜୟ ମାଲ୍ୟ ପ୍ରତ୍ୟର୍ପଣ ମାମଲାରେ ଜାରି ଶୁଣାଣି ସମୟରେ ଏକ ବୟାନ ଦେଇ ବଡ ଧମକା କରିଛନ୍ତି । ମାଲ୍ୟା କହିଛନ୍ତି ଯେ, ସେ ଭାରତ ଛାଡିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲେ । ସେଟେଲମେଣ୍ଟକୁ ନେଇ ଅର୍ଥମନ୍ତ୍ରୀଙ୍କୁ ସେ ଭେଟିଥିଲେ ମାତ୍ର ବ୍ୟାଙ୍କ ତାଙ୍କର ସେଟେଲମେଣ୍ଟକୁ ନେଇ ପ୍ରଶ୍ନ ଉଠାଇଥିଲେ । ତାଙ୍କର ବକେୟା ପରିଶୋଧ କରିବାକୁ ସେ ପ୍ରସ୍ତୁତ ଥିଲେ ବୋଲି ମାଲ୍ୟା କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଲଣ୍ଡନ ସ୍ଥିତ ୱେଷ୍ଟମିନିଷ୍ଟର କୋର୍ଟରେ ଶୁଣାଣି ସମୟରେ ଭାରତୀୟ ଅଧିକାରୀ ମୁମ୍ବାଇର ଆର୍ଥର ରୋଡ ଜେଲରେ ମାଲ୍ୟାଙ୍କୁ ରଖିବା ପାଇଁ ପ୍ରସ୍ତୁତ ସେଲର ଭିଡିଓ ଉପସ୍ଥାପନ କରିଥିଲେ । କୋର୍ଟରେ ଶୁଣାଣି ପରେ ଯେବେ ଅର୍ଥମନ୍ତ୍ରୀଙ୍କ ସହ ସାକ୍ଷାତକୁ ନେଇ ପ୍ରଶ୍ନ କରାଗଲା ମାଲ୍ୟା କହିଛନ୍ତି ଯେ, ସେ ଏହି ମିଟିଂ ବିଷୟରେ ଅଧିକ ସୂଚନା ଦେଇପାରିବେ ନାହିଁ । ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ମାଲ୍ୟା କହିଛନ୍ତି ଯେ, ସେ କୋର୍ଟରେ ଦେଖାଯାଇଥିବା ଜେଲର ଭିଡିଓକୁ ନେଇ ପ୍ରଭାବିତ ହୋଇଛନ୍ତି । ନିଜର ବକେୟାକୁ ସେଟେଲ କରିବା ପାଇଁ ସେ ବ୍ୟାଙ୍କକୁ ଅନେକ ଥର ପତ୍ର ଲେଖିଥିଲେ, ମାତ୍ର ବ୍ୟାଙ୍କ ତାଙ୍କର ପତ୍ର ଉପରେ ପ୍ରଶ୍ନ ଉଠାଇଥିଲେ ।

ମାଲ୍ୟା କହିଛନ୍ତି ଯେ, ନିଶ୍ଚିତ ରୂପେ ତାଙ୍କ ଉପରେ ଯେଉଁ ଅଭିଯୋଗ ହୋଇଛି ସେଥିରେ ସେ ସହମତ ନୁହଁନ୍ତି । ଏହାବ୍ୟତୀତ ଏହି ମାମଲାରେ କୋର୍ଟ ହିଁ ଅନ୍ତିମ ନିର୍ଣ୍ଣୟ ନେବେ । ଉଲ୍ଲେଖଯୋଗ୍ୟ ଯେ, ମାଲ୍ୟା କହିଥିଲେ ଯେ, ଭାରତୀୟ ଜେଲର ସ୍ଥିତି ବହୁତ ଖରାତ । ତେଣୁ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାନଯାଉ । ପ୍ରତ୍ୟର୍ପଣରୁ ବଂଚିବା ପାଇଁ ମାଲ୍ୟାଙ୍କ ଏହି ଦଲିଲ୍ ପରେ ବ୍ରିଟିଶ୍ କୋର୍ଟରେ ଭାରତୀୟ ଅଧିକାରୀ ମୁମ୍ବାଇ ଆର୍ଥର ରୋଡ ଜେଲର ଭିଡିଓ ଉପସ୍ଥାପନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ