Connect with us

ମନୋରଞ୍ଜନ

ମାଲବିକା ମୋହନନ୍ ପ୍ରଶଂସାରେ ଶତମୁଖ ବଲିଉଡ

ସାଙ୍କେତିକ

ମାଲବିକା ମୋହନନ୍ ପ୍ରଶଂସାରେ ଶତମୁଖ ବଲିଉଡ

ଏବେ ଜଣେ ନବାଗତାଙ୍କ ପ୍ରଶଂସାରେ ଶତମୁଖ ବଲିଉଡ । ସେ ହେଲେ ମାଲବିକା ମୋହନନ୍ । ଶାହିଦ କପୁରଙ୍କ ସାନଭାଇ ଇଶାନ୍ ଖଟ୍ଟରଙ୍କ ଡେବ୍ୟୁ ଫିଲ୍ମ ‘ବିୟଣ୍ଡ ଦ କ୍ଲାଉଡ୍ସ’ରେ ସେ ଫିମେଲ ଲିଡ୍ରେ ନଜର ଆସିଛନ୍ତି । ଏଥିରେ ନାୟିକା ଭୂମିକା ନିଭାଇଥିବା ମାଲବିକ୍ ଚମତ୍କାର ଅଭିନୟ କରିଛନ୍ତି । ଏଥିରେ ଅବଶ୍ୟ ଇଶାନ୍ ବି ଭଲ ଅଭିନୟ କରିଛନ୍ତି । କିନ୍ତୁ ତାଙ୍କ ଅପେକ୍ଷା ମାଲବିକଙ୍କୁ ନେଇ ଚର୍ଚ୍ଚା ବେଶ ହେଉଛି ।

ପ୍ରଖ୍ୟାତ ଇରାନୀ ନିର୍ଦ୍ଦେଶକ ସାଜିଦ୍ ମଜିଦ୍ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଆପଣ କଣ ଜାଣନ୍ତି କି ଏହି ରୋଲ ପାଇଁ ମାଲବିକା ନଥିଲେ ପ୍ରଥମ ପସନ୍ଦ । କାରଣ ତାଙ୍କ ପୂର୍ବରୁ ‘ବିୟଣ୍ଡ ଦ କ୍ଲାଉଡ୍ସ’ ଫିଲ୍ମରେ ଫିମେଲ ଲିଜ୍ ରୋଲ ପାଇଁ ନିର୍ଦ୍ଦେଶକ ପ୍ରଥମେ ଦୀପିକା ପାଦୁକୋନ ଓ ପରେ କଙ୍ଗନା ରାନାୱତଙ୍କ କଥା ଭାବିଥିଲେ, କିନ୍ତୁ ପରେ ସେ ଦୁହିଁଙ୍କୁ ନ ନେଇ ଜଣେ ସାଧାରଣ ନାୟିକାଙ୍କୁ ନେବା ଠିକ୍ ହେବ ବୋଲି ମନେ କରିଥିଲେ । ଏବେ ଫିଲ୍ମ ରିଲିଜ୍ ହେବା ପରେ ତାଙ୍କର ତୁଳନା ଦୀପିକା ଓ କଙ୍ଗନାଙ୍କ ଭଳି ନାମୀଦାମୀ ନାୟିକାଙ୍କ ସହିତ କରାଯାଉଥିବା ଯୋଗୁଁ ଏହା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ମାଲବିକା କହିଛନ୍ତି ।

ମାଲବିକା ଆହୁରି ମଧ୍ୟ କହିଛନ୍ତି ଯେ ଯଦି ‘ବିୟଣ୍ଡ ଦ କ୍ଲାଉଡ୍ସ’ରେ ତାଙ୍କୁ ମିଳିଥିବା ଭୂମିକାଟି ଦୀପିକା କିମ୍ବା କଙ୍ଗନାଙ୍କୁ ମିଳିଥାନ୍ତା, ତେବେ ସେମାନେ ଆହୁରି ଭଲ ଅଭିନୟ କରିଥାନ୍ତେ । ତାଙ୍କୁ ଏହି ଫିଲ୍ମର ଅଫର କାଷ୍ଟିଂ ଡାଇରେକ୍ଟର ହନି ତ୍ରେହାନ ଦେଇଥିଲେ ବୋଲି ମାଲବିକା କହିଛନ୍ତି । ‘ବିୟଣ୍ଡ ଦ କ୍ଲାଉଡ୍ସ’ ପାକିସ୍ତାନ ସମେତ ୩୪ଟି ଦେଶରେ ରିଲିଜ୍ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ