Connect with us

ଓଡିଶା

ମାର୍ଚ୍ଚ ୭ରୁ +୨ ପରୀକ୍ଷା

ସାଙ୍କେତିକ ଚିତ୍ର

ମାର୍ଚ୍ଚ ୭ରୁ +୨ ପରୀକ୍ଷା
ଭୁବନେଶ୍ୱର,୧୩ା୧୨ : ଆସନ୍ତା ମାର୍ଚ୍ଚ ୭ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ଆଜି ତାରିଖ ଘୋଷଣା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) । ମାର୍ଚ୍ଚ ୭ ତାରିଖରୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୮ରେ କଳା ବିଭାଗ ପରୀକ୍ଷା ଆରମ୍ଭ ହେବ । ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଥିଓରୀ ପରୀକ୍ଷା ପୂର୍ବରୁ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା କରିବାକୁ ସିଏଚ୍ଏସ୍ଇ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁଯାୟୀ, ମାର୍ଚ୍ଚ ୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ଥିଓରୀ ପରୀକ୍ଷା ।

ସେହିପରି ଜାନୁଆରୀ ୨୮ରୁ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା ଚାଲିବ । ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ ବୋଲି ସିଏଚ୍ଏସ୍ଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା