Connect with us

ଦେଶ

ମାନବେନ୍ଦ୍ର ସିଂ କଂଗ୍ରେସରେ

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ : ବାଜପେୟୀ ସରକାରର ସମୟରେ ମନ୍ତ୍ରୀ ଥିବା ଯଶୋବନ୍ତ ସିଂଙ୍କ ପୁତ୍ର ତଥା ବାରମେର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବିଜେପି ନେତା ମାନବେନ୍ଦ୍ର ସିଂ ଆଜି କଂଗ୍ରେସରେ ଯୋଗଦେଇଛନ୍ତି । ଆଜି ଏଠାରେ ଅନୁଷ୍ଠିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦେଇଛନ୍ତି । ଏହି ଅବସରରେ କଂଗ୍ରେସ ନେତା ସଚିନ ପାଇଲଟ ଓ ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେଲହୋଟ ଉପସ୍ଥିତ ଥିଲେ । ମାନବେନ୍ଦ୍ର ବିଜେପି ଛାଡି କଂଗ୍ରେସରେ ମିଶିବା ଫଳରେ ରାଜପୁତ ଭୋଟ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଏଠାରେ ଉଲ୍ଲେଖଯୋଗ୍ୟଯେ ,ଗତ ସେପ୍ଟେମ୍ବର ୨୨ରେ ମାନବେନ୍ଦ୍ର ଘୋଷଣା କରିଥିଲେ ଯେ ସେ ଆତ୍ମସମ୍ମାନ ପାଇଁ ବିଜେପି ତ୍ୟାଗ କରି କଂଗ୍ରେସରେ ମିଶିବେ । କମଲ କା ଫୁଲ ବଡି ଭୁଲ ବୋଲି ସେ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ