Connect with us

ଦେଶ

ମାଓବାଦୀଙ୍କ ଶୁଭଚିନ୍ତକ ମାନେ ରଚିଥିଲେ ମୋଦିଙ୍କୁ ଗାଦିଚ୍ୟୁତ କରିବାକୁ ଷଡଯନ୍ତ୍ର l

ମାଓବାଦୀଙ୍କ ଶୁଭଚିନ୍ତକ ମାନେ ରଚିଥିଲେ ମୋଦିଙ୍କୁ ଗାଦିଚ୍ୟୁତ କରିବାକୁ ଷଡଯନ୍ତ୍ର l

ମାଓବାଦୀଙ୍କ ଶୁଭଚିନ୍ତକ ମାନେ ରଚିଥିଲେ ମୋଦିଙ୍କୁ ଗାଦିଚ୍ୟୁତ କରିବାକୁ ଷଡଯନ୍ତ୍ର l
ମୁମ୍ବାଇ,୩୧ା୮ : ମାଓବାଦୀଙ୍କ ‘ଶୁଭଚିନ୍ତକ’ଙ୍କ ବିରୋଧରେ ଚଢ଼ାଉ କାର୍ଯ୍ୟାନୁଷ୍ଠାନ ଏବେ ସମଗ୍ର ଦେଶରେ ବିତର୍କ ବିଷୟ ପାଲଟିଛି । ଏହିସବୁ ମଧ୍ୟରେ ମହାରାଷ୍ଟ୍ର ପୋଲିସ ଏହି କାର୍ଯ୍ୟାନୁଷ୍ଠାନକୁ ଉଚିତ୍ ଦର୍ଶାଇଛି । ମହାରାଷ୍ଟ୍ରର ଏଡିଜି (କାନୁନ୍ ଓ ବ୍ୟବସ୍ଥା) ପରମବୀର ସିଂହ ଶୁକ୍ରବାର କହିଛନ୍ତି ଯେ, ମାଓବାଦୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ପ୍ରମାଣ ଆଧାରରେ କରାଯାଇଛି । ଚଢ଼ାଉ ସମୟରେ ଅନେକ ମହତ୍ୱପୂର୍ଣ୍ଣ ପ୍ରମାଣ ମଧ୍ୟ ମିଳିଛି ।

ପୋଲିସ ଅଭିଯୋଗ କରିଛି ଯେ, ମାଓବାଦୀଙ୍କ ଷଡଯନ୍ତ୍ରର କାନୁନ୍ ବ୍ୟବସ୍ଥା ବିଗାଡି ସରକାରଙ୍କୁ ଭଙ୍ଗ କରିବାର ଥିଲା । ଗୋଟିଏ ଆତଙ୍କବାଦୀ ସଂଗଠନ ମଧ୍ୟ ଏହି ଷଡଯନ୍ତ୍ରରେ ମାଓବାଦୀଙ୍କ ସହିତ ସାମିଲ ଥିଲା । ମହାରାଷ୍ଟ୍ରର ପୋଲିସ ମାଓବାଦୀଙ୍କ ଅନେକ ପତ୍ର ସାର୍ବଜନୀନ କରି ଅଭିଯୋଗ କରିଛି ଯେ, ମାଓବାଦୀ ମୋଦି ରାଜକୁ ସମାପ୍ତ କରିବା ପାଇଁ ଅସ୍ତ୍ରଶସ୍ତ୍ର ଓ ଗ୍ରେନେଡ୍ କିଣିବାକୁ ଚାହୁଁଥିଲେ । ଅନ୍ୟଏକ ପତ୍ରରେ ରାଜୀବ ଗାନ୍ଧି ପରି ଘଟଣାର ଉଲ୍ଲେଖ ମଧ୍ୟ ରହିଛି । ପତ୍ରରେ କାଶ୍ମୀର ବିଚ୍ଛିନ୍ନତାବାଦୀଙ୍କ ସହ ମିଶି ଆକ୍ରମଣ କରିବାର କଥା ମଧ୍ୟ ରହିଛି । ଶ୍ରୀ ସିଂହ କହିଛନ୍ତି ଯେ, ରେଡ୍ ସମୟରେ ବହୁତ ସାହିତ୍ୟ ପତ୍ର ଜବତ କରାଯାଇଛି । ମିଳିଥିବା ପ୍ରମାଣ ମୁତାବକ କାନୁନ୍ ବ୍ୟବସ୍ଥାକୁ ବିଗାଡି ସରକାରକୁ କ୍ଷମତାଚୁକ୍ତ କରିବାକୁ ସିପିଆଇ ମାଓବାଦୀ ଷଡଯନ୍ତ୍ର ରଚିଛନ୍ତି ।

ସେ କହିଛନ୍ତି ଯେ, ଫରେନ୍ସିକ୍ ଯାଞ୍ଚ ପାଇଁ ପ୍ରମାଣ ଗୁଡିକୁ ପଠାଯାଇଛି । ପୋଲିସ କହିଛି ଯେ, ଯାଞ୍ଚ ସମୟରେ ଏମିତି ସୂଚନା ମିଳିଛି ଯେ, ମାଓବାଦୀ ବହୁତ ବଡ ଷଡଯନ୍ତ୍ର ରଚିଥିଲେ । ଗୋଟିଏ ଆତଙ୍କବାଦୀ ସଂଗଠନ ମଧ୍ୟ ମାଓବାଦୀଙ୍କ ଏହି ଷଡଯନ୍ତ୍ରରେ ସାମିଲ ଥିଲା । ମାମଲାର ଯାଞ୍ଚ ଜାନୁଆରୀ ୮ରୁ କରାଯାଇଥିବା ପୋଲିସ କହିଛି । ଏହାପରେ ୬ଜଣ ଲୋକଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ହୋଇଥିଲା । ଏଡିଜି ଆହୁରି କହିଛନ୍ତି ଯେ, ଗିରଫ ହୋଇଥିବା ୬ଜଣଙ୍କ ସମ୍ବନ୍ଧ ମାଓବାଦୀଙ୍କ ସହ ଥିବା ପର୍ଯ୍ୟାପ୍ତ ପ୍ରମାଣ ରହିଛି । ଏହି ପ୍ରମାଣ ଆଧାରରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ