Connect with us

ଅପରାଧ

ମହାରଥୀଙ୍କ ଘରକୁ ମହିଳା କଂଗ୍ରେସ କର୍ମୀଙ୍କ ଅଣ୍ଡା , ଟମାଟ ମାଡ

ସାଙ୍କେତିକ

ମହାରଥୀଙ୍କ ଘରକୁ ମହିଳା କଂଗ୍ରେସ କର୍ମୀଙ୍କ ଅଣ୍ଡା , ଟମାଟ ମାଡ
ପିପିଲି ଗଣଦୁଷ୍କର୍ମ ମାମଲାରେ ମନ୍ତବ୍ୟ ପାଇଁ ମନ୍ତ୍ରୀଙ୍କ ଇସ୍ତଫା ଦାବି
ଭୁବନେଶ୍ୱର,୨୭ା୧୨: ପିପିଲି ପୀଡିତାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟ ଦେଇଥିବା ରାୟ ଉପରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ମହିଳା କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରାଯିବା ସହ ଟମାଟ ଓ ଅଣ୍ଡା ମାଡ କରାଯାଇଥିଲା । ମନ୍ତ୍ରୀ ମହାରଥୀଙ୍କ ମନ୍ତବ୍ୟ ମହିଳା ଓ ଦଳିତ ବିରୋଧୀ ବୋଲି ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ପ୍ରକାଶ କରିଛନ୍ତି । ତାଙ୍କ ମନ୍ତବ୍ୟ ମନ୍ତ୍ରୀଙ୍କ ସମ୍ବେଦନହୀନତାର ପରିଚୟ ଦେଇଛି । ମନ୍ତ୍ରୀ ଏଥିପାଇଁ କ୍ଷମା ମାଗିବା ସହ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ମହିଳା କଂଗ୍ରେସ ଦାବି କରିଛି ।

ଏବେ ଟମାଟୋ ଫିଙ୍ଗିଛୁ । ଇସ୍ତଫା ନଦେଲେ ଅନ୍ୟକିଛି ଫିଙ୍ଗାଯିବ ଏବଂ ଆନ୍ଦୋଳନକୁ ଜାରୀ ରଖାଯିବ । ଆବଶ୍ୟକ ପଡିଲେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରାଯିବ ବୋଲି ଶ୍ରୀମତୀ ଜେନା କହିଛନ୍ତି । ଗୁରୁବାର ଦିନ ଶତାଧିକ ମହିଳା କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଝାଡ଼ୁ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଝାଡ଼ୁ ଧରି ମନ୍ତ୍ରୀଙ୍କ ଘର ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ଏହି ସମୟରେ ପୋଲିସ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଫଳରେ ପୋଲିସ୍ ଓ ମହିଳା କଂଗ୍ରେସର କର୍ମକର୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ମନ୍ତ୍ରୀ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବା ସହ ଇସ୍ତଫା ଦିଅନ୍ତୁ ବୋଲି ମହିଳା କଂଗ୍ରେସ ଦାବି କରିଛି । ଅନ୍ୟପକ୍ଷରେ ଅତିରିକ୍ତ ପୋଲିସ୍ କମିଶନର ସଂଜୟ ସିଂହ କହିଛନ୍ତି ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ ମାମଲାରେ ମାମଲା ରୁଜୁ ହେବ ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ