Connect with us

ଅପରାଧ

ମହାବଳ ବାଘ ମହାବୀର ମୃତ୍ୟୁ ତଦନ୍ତ

ସାଙ୍କେତିକ ଚିତ୍ର

ମହାବଳ ବାଘ ମହାବୀର ମୃତ୍ୟୁ ତଦନ୍ତ ପାଇଁ ସାତକୋଶିଆରେ ଏନଟିସିଏ ଟିମ୍
ଭୁବନେଶ୍ୱର,୧୬ା୧୧: ସାତକୋଶିଆରେ ମହାବଳ ବାଘ ମହବୀର ମୃତ୍ୟୁ ଘଟଣା ତଦନ୍ତ କରିବାପାଇଁ ଜାତୀୟ ବାଘ୍ୟ ସଂରକ୍ଷଣ କର୍ତୃପକ୍ଷ (ଏନଟିସିଏ) ଟିମ୍ ସେଠାରେ ପହଂଚିଛି । ଏହି ଟିମ୍ ରେ ଏନଟିସିଏର ଆଇଜି ଅମିତ ମଲ୍ଲିକ ଓ ବୈଜ୍ଞାନିକ ଡକ୍ଟର କେ, ରମେଶ ରହିଛନ୍ତି । ମହାବୀରର ମୃତ୍ୟୁର କାରଣ ଓ ଏଥିପାଇଁ କିଏ ଦାୟୀ ସେ ସମ୍ପର୍କରେ ଉକ୍ତ ଟିମ୍ ତନାଘନା କରିବ ।

ମଧ୍ୟପ୍ରଦେଶର କାହ୍ନାରୁ ଆସିଥିବା ମହାବଳ ବାଘ ମହାବୀରର ଏନଟିସିଏ ପ୍ରତିନିଧି, ଫିଲ୍ଡ ଡାଇରେକ୍ଟର ଓ ୨ଜଣ ଡିଏଫଓଙ୍କ ଉପସ୍ଥିତିରେ ଶବ ବ୍ୟବଛେଦ ହୋଇଥିଲା । ଶବ ବ୍ୟବଛେଦ ପରେ ବାଘକୁ ପୋଡି ଦିଅ।ଯାଇଥିଲା । ବେକରେ ଘା ଯୋଗୁଁ ମହାବୀରର ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ପୋଷ୍ଟମର୍ଟମ ରିପୋର୍ଟ ଅ।ସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପିସିସିଏଫ୍ ସନ୍ଦୀପ ତ୍ରିପାଠୀ କହିଛନ୍ତି । ଗତ ଜୁନ୍ ୨୧ରେ କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଅ।ସିଥିିବା ମହାବଳ ମହାବୀରର ମୃତ ଦେହ ବୁଧବାର ରାତିରେ ଉଦ୍ଧାର ହୋଇଥିଲା ।

ମହାବୀରର ମୃତ୍ୟୁ ଏବଂ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ସାତକୋଶିଅ। ବ୍ୟାଘ୍ର ଅଭୟ୍ୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ ( ଏନଟିସିଏ) ଯେଉଁ ଯୋଜନା କରିଥିଲେ ତାକୁ ଶକ୍ତ ଝଟକା ଲାଗିଛି । ବ୍ୟାଘ୍ର ପ୍ରକଳ୍ପକୁ ସାମୟିକ ସ୍ଥଗିତ ରଖାଯାଇଛି ବୋଲି ଗତକାଲି ପିସିସିଏଫ୍ ସୂଚନା ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ