Connect with us

ଅପରାଧ

ମହାନଦୀ ପୋଲ ଉପରୁ ଖସିପଡିଲା ବସ୍

Wp

ମହାନଦୀ ପୋଲ ଉପରୁ ଖସିପଡିଲା ବସ୍

୧୨ ମୃତ, ୪୦ରୁ ଉଦ୍ଧ୍ୱର୍ ଗୁରୁତର
କଟକ,୨୦ା୧୧: ଆଜି ସନ୍ଧ୍ୟାରେ ତାଳଚେରରୁ କଟକ ଅଭିମୁଖେ ଆସୁଥିବା ଏକ ଘରୋଇ ଯାତ୍ରୀବାହି ବସ୍ ମହାନଦୀ ପୋଲ ଉପରୁ ୩୦ ଫୁଟ୍ ତଳକୁ ନଦୀ ଶଯ୍ୟାର ବାଲି ଉପରେ ଖସି ପଡିଛି । ଏକ ମଇଁଷିକୁ ଧକ୍କା ଦେଇ ଭାରସାମ୍ୟ ହରାଇ ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଏ ସମ୍ପର୍କରେ ଖବର ପାଇ ପୋଲିସ, ଓଡ଼୍ରାଫ୍ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି । ନଦୀ ମଝିରେ ବାଲି ଉପରେ ବସଟି ପଡିଥିବାରୁ ଏବଂ ଏହାର ଉଭୟ ପାଶ୍ୱର୍ରେ ଗଭୀର ପାଣି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଛି । ମୋଟର ବୋଟ୍ ଯୋଗେ ଆହତ ମାନଙ୍କୁ ଉଦ୍ଧାର କରାଯାଇ କୂଳକୁ ଅଣାଯାଇଛି । ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ତେବେ ରାତି ୧୦ଟା ସୁଦ୍ଧା ୧୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏସସିବିରେ ୪୪ଜଣ ଯାତ୍ରୀଙ୍କୁ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ସେହିପରି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିବା ସହ ଆହତଙ୍କ ଚିକିତ୍ସା ମାଗଣାରେ କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ତୁରନ୍ତ ଘଟଣାସ୍ଥଳକୁ କ୍ରୀଡ଼ା ଯୁବବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କୁ ପଠାଇଛନ୍ତି ।

ଟାଙ୍ଗୀ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ସେହିପରି କେନ୍ଦ୍ର ତୈଳ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ