Connect with us

ଆଞ୍ଚଳିକ

ମହାନଦୀ ଜଳସ୍ତର ବୃଦ୍ଧି l

ମହାନଦୀ ଜଳସ୍ତର ବୃଦ୍ଧି l

ମହାନଦୀ ଜଳସ୍ତର ବୃଦ୍ଧି
ବନ୍ୟା ପାଣି ମାଡି ଆସିବାରୁ ବିଭିନ୍ନ ସ୍ଥାନରେ ଯୋଗାଯାଗ ବିଚ୍ଛିନ୍ନ
ଭୁବନେଶ୍ୱର,୩୦ା୮: ହୀରାକୁଦ ଜଳ ଭଣ୍ଡାରର ୨୫ଟି ଗେଟ୍ ଖୋଲାଯିବା ଫଳରେ ମହାନଦୀର ଜଳସ୍ତର ବୃଦ୍ଧି ପାଉଛି । ଏହାଫଳରେ ବାଉରୀ ଜୋର ନିକଟ ସୋନପୁର – ବୀରମହାରାଜପୁର ଗୋଟିଏ ରାସ୍ତା ଜଳମଗ୍ନ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ବିଜିପୁରଠାରେ ନଷ୍ଟ ହୋଇଯାଇଥିବା ଏକ ରାସ୍ତାକୁ ପୁନଃ ନିର୍ମାଣ କରାଯାଇଛି । ଆଠମଲ୍ଲିକର ଚଣାଗୁଡିନାଲା ବ୍ରିଜ୍ ଉପରେ ପାଣି ପ୍ରବାହିତ ହେଉଛି । ତେବେ ଜନ ଜୀବନ ଏହାଦ୍ୱାରା ପ୍ରଭାବିତ ହୋଇନାହାନ୍ତି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ବିଷ୍ଣୁପଦ ସେଠୀ ପ୍ରକାଶ କରିଛନ୍ତି ।

ଅପରପକ୍ଷରେ ମହାନଦୀରେ ବନ୍ୟା ପାଣି ଆସିବା ଯୋଗୁ କଟକ ଜିଲ୍ଲା ଆଠଗଡ଼ର କିଛି ଅଂଚଳ ଜଳମଗ୍ନ ହୋଇପଡ଼ିଛି । ଉତର ବାଙ୍କୀ ବ୍ଲକର ସୁବର୍ଣ୍ଣପୁର-ରାତାଗଡ଼ ରାସ୍ତାର ହୁଳୁହୁଳା ପୋଲ ଉପରେ ୪ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ରତାଗଡ଼, ଗୋପାଳପୁର, ଲୋଚନପୁର ଓ ବନ୍ଦାଳ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ତିଗିରିଆ ବ୍ଲକର ଖଣ୍ଡହତା, ଗଦାଧରପୁର, ବାଉଁଶପୁଟ ଭଳି ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟାଜଳ ପ୍ରବାହିତ ହେବା ଫଳରେ ଏହି ଦୁଇ ବ୍ଲକରର ଶହ ଶହ ·ଷ ଜମିରେ ପାଣି ମାଡ଼ି ଯାଇଛି । ଗତକାଲି ହୀରାକୁଦ ଜଳଭଣ୍ଡାରର ଖୋଲାଯାଇଥିବା ୨୫ଟି ଗେଟ୍ ରୁ ୪ ଲକ୍ଷ୧୦ହଜାର ୩୮୮ କ୍ୟୁସେକ୍ ପାଣି ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ଏବଂ ୪ ଲକ୍ଷ ୨୧ ହଜାର ୪୩୧ କ୍ୟୁସେକ୍ ପାଣି ପ୍ରବେଶ କରୁଛି ।

ବର୍ତମାନ ଜଳଭଣ୍ଡାରର ଜଳପତନ ୬୨୨.୭୧ ଫୁଟ୍ ରେ ରହିଛି । ଖଇରାମାଳ ଠାରେ ଗୁରୁବାର ମଧ୍ୟାହ୍ନ ୧୨ ଟଶ ସୁଦ୍ଧା ୫ଲକ୍ଷ ୫୫ ହଜାର ଘନଫୁଟ୍ ପାଣି ପ୍ରବାହିତ ହେଉଥିବା ବେଳେ ବରମୂଳରେ ୫ ଲକ୍ଷ ୫୨ ହଜାର ଏବଂ ମୁଣ୍ଡଳୀ ଠାରେ ୬ ଲକ୍ଷ ୪୩ ହଜାର ୩୯୦ କ୍ୟୁସେକ୍ ପାଣି ପ୍ରବାହିତ ହେଉଛି । ମହାନଦୀର ନରାଜ ଏବଂ ଦେବୀ ନଦର ଆଳିପିଙ୍ଗଳ ଠାରେ ଜଳ ପତନ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ସୁବର୍ଣ୍ଣରେଖା ଜାମଶୋଳା ଘାଟ ଓ ବଂଶାଧାରାର କାଶୀନଗର ଠାରେ ମଧ୍ୟ ଜଳ ପତନ ବୃଦ୍ଧି ପାଇବାରେ ଲାଗିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ