Connect with us

ଦେଶ

ମଧ୍ୟପ୍ରଦେଶ ସଚିବାଳୟରୁ ହଟିବ “ବନ୍ଦେ ମାତରମ୍’ ଗାନ ପରମ୍ପରା

ସାଙ୍କେତିକ

ମଧ୍ୟପ୍ରଦେଶ ସଚିବାଳୟରୁ ହଟିବ “ବନ୍ଦେ ମାତରମ୍’ ଗାନ ପରମ୍ପରା
ଭୋପାଳ : ମଧ୍ୟପ୍ରଦେଶ ସଚିବାଳୟରେ ପ୍ରତି ମାସର ପ୍ରଥମ କାର୍ଯ୍ୟ ଦିବସରେ ବନ୍ଦେ ମାତରମ୍ ଗାନ କରାଯାଉଥିଲା । ଦୀର୍ଘବର୍ଷ ଧରି ପ୍ରଚଳିତ ଏହି ପରମ୍ପରା ଏବେ ହଟିବାକୁ ଯାଉଛି । ଗତ ୧୫ଦିନ ଧରି ମଧ୍ୟପ୍ରଦେଶ ଶାସନ କ୍ଷମତାରେ ଥିବା ବିଜେପି ସରକାର ଏହି ପରମ୍ପରାକୁ ବାଧ୍ୟତାମୂଳକ କରିଥିଲେ । ତେବେ ଗତ ବିଧାନସଭା ନିର୍ବାଚନରେ ଶାସନ କ୍ଷମତାକୁ ଆସିଥିବା କଂଗ୍ରେସ ସରକାର ଏହି ପରମ୍ପରାକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ।

କଂଗ୍ରେସର ଏହି ନିଷ୍ପତ୍ତିରେ କ୍ଷୋଭ ପ୍ରକାଶ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି ଯେ, ବନ୍ଦେ ମାତରମ୍ କେବଳ ଏକ ଜାତୀୟ ସଙ୍ଗୀତ ନୁହେଁ, ଏହା ଦେଶଭକ୍ତିର ନିଦର୍ଶନ । କଂଗ୍ରେସ ସରକାର ବୋଧହୁଏ ଭୁଲି ଯାଇଛନ୍ତି ଯେ, ସରକାର ଯିବେ ଓ ଆସିବେ । କିନ୍ତୁ ଦେଶଭକ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କଂଗ୍ରେସର ନିଷ୍ପତ୍ତିକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବର୍ଣ୍ଣନା କରିବା ସହିତ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସେ ଦାବି କରିଛନ୍ତି । ସେ ବ୍ୟକ୍ତିଗତ ଭାବେ ସଚିବାଳୟରେ ରବିବାର ଦିନ ବନ୍ଦେ ମାତରମ୍ ଗାନ କରିବେ ବୋଲି କହିଛନ୍ତି ।

ଯେଉଁମାନେ ବନ୍ଦେ ମାତରମ୍ ଗାନ କରୁନାହାନ୍ତି ସେମାନେ କ’ଣ ଦେଶପ୍ରେମୀ ନୁହନ୍ତି କି ବୋଲି ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କମଳନାଥ ପ୍ରଶ୍ନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ