Connect with us

ଦେଶ

ମଧ୍ୟପ୍ରଦେଶରେ ବିଜେପି ଖସିଲା , କଂଗ୍ରେସର ରାଜ୍ୟପାଳଙ୍କ ନିମନ୍ତ୍ରଣକୁ ଅପେକ୍ଷା

NDTV

ଭୋପାଳ :- ବିଳମ୍ବିତ ରାତ୍ରି 02.30 ସମୟରେ ଅନ୍ତିମ ପରିଣାମ କଂଗ୍ରେସ ସପକ୍ଷରେ । ସମୁଦାୟ 116 ଟି ଆସନ ପାଇ କଂଗ୍ରେସ ବହୁମତ ପାଇଲା । କଂଗ୍ରେସ ସରକାର ଗଢିବାଲାଗି ରାଜ୍ୟପାଳଙ୍କୁ ସାକ୍ଷାତ ପାଇଁ ସମୟ ମାଗିବାରୁ ରାଜ୍ୟପାଳ ମହୋଦୟ ନିର୍ବାଚନ କମିସନଠାରୁ ଚୂଡାନ୍ତ ଫଳାଫଳ ତାଲିକା ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି । ବିଜେପି ସମୁଦାୟ 107 ଟି ଆସନ ପାଇ ଦ୍ଵିତୀୟ ସ୍ଥାନରେ ଅଛି । କିନ୍ତୁ ବିଜପିର ଚିରା ଚରିତ ଅଭ୍ୟାସ ଯୋଗୁ କଂଗ୍ରେସ ଭୟଭୀତ ଅଛି । କାରଣ ଗୋଆ ଭଳି ପରିସ୍ଥିତିରୁ ବର୍ତ୍ତିବା ପାଇଁ କଂଗ୍ରେସ ସଜାଗ ରହିଛି ।

 

ବର୍ତମାନ ବିଳମ୍ବିତ ରାତ୍ରି 02.30 ମିନିଟ ସମୟରେ ମତ ଗଣନାର ଅନ୍ତିମ ପରିଣାମ ( ଖବର ସରବରାହ ସଂସ୍ଥା ଅନୁଯାୟୀ )ନିମ୍ନରେ ଦିଆଗଲା ।

 

ସମୟ ଅପରାହ୍ନ 2ଟା 14ମିନିଟ ର ଖବର

ଭୁବନେଶ୍ୱର :- ନିର୍ବାଚନ ପରିଣାମ ଯାହା ହେଉନାକାହିଁକି , ଜନସାଧରଣ ବିଜେପି ପ୍ରତି ବିମୁଖ ହେବାକୁ ଆରମ୍ଭ କଲେଣି । ଏହାର ପ୍ରଭାବ ଆସନ୍ତା ସାଧାରଣ ନିର୍ବାଚନରେ ପଡିବ ବୋଲି ଜନସାଧାରଣରେ ଚର୍ଚା ଆରମ୍ଭ ହେଲାଣି । ବିଜେପି ନିଜର ପ୍ରତିଶୃତି ରଖିବାରେ ବିଫଳ ହେଲା ଫମ୍ପା ଆବାଜ ଓ ମିଥ୍ୟା ପ୍ରତିଶୃତି କ୍ଷଣିକର ଆନନ୍ଦ ଦେଇଥାଏ ବୋଲି ବିଜେପି ମର୍ମେ ମର୍ମେ ଅନୁଭବ କରିସାରିବଣି ଆଜିର ମତ ଗଣନାରୁ । ଏହି ନିର୍ବାଚନରୁ ବିଜେପି କି ଶିକ୍ଷା ପାଇଲା ତାହା ଆସନ୍ତା ନିର୍ବାଚନରେ ସ୍ପଷ୍ଟ ହୋଇଯିବ ।

 

Click to comment

Leave a Reply

Your email address will not be published. Required fields are marked *

More in ଦେଶ