Connect with us

ବିଦେଶ

ଭ୍ରଷ୍ଟାଚାର ମାମଲାରେ ଖାଲିଦା ଜିଆଙ୍କୁ ୭ ବର୍ଷ ଜେଲ

ସାଙ୍କେତିକ ଚିତ୍ର

ଭ୍ରଷ୍ଟାଚାର ମାମଲା
ଖାଲିଦା ଜିଆଙ୍କୁ ୭ ବର୍ଷ ଜେଲ
ନୂଆଦିଲ୍ଲୀ,୨୯ା୧୦ : ବାଙ୍ଗଲାଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଖାଲିଦା ଜିଆ ଏକ ଭ୍ରଷ୍ଟାଚାର ମାମଲାରେ ଏକ କୋର୍ଟ ୭ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଏହି ନିଷ୍ପତ୍ତି ଆସିବା ପରେ ଜିଆଙ୍କ ହଜାର ହଜାର ସମର୍ଥକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି । ଶେଖ ହାସିନାଙ୍କ ଘୋର ବିରୋଧି ଭାବେ ଜଣାଶୁଣା ଜିଆ ଏହି ବର୍ଷ ଫେବୃଆରୀରେ ଅନ୍ୟଏକ ମାମଲାରେ ୫ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି ।

ଏହି ମାମଲାରେ ମଧ୍ୟ ୭୩ ବର୍ଷୀୟା ଜିଆଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତାଙ୍କ ଉପରେ ଚ୍ୟାରଟି ଫଣ୍ଡର ପ୍ରାୟ ୩ଲକ୍ଷ ୭୫ ହଜାର ଆମେରିକୀୟ ଡଲାରର ଅପବ୍ୟବହାର କରିବାର ଅଭିଯୋଗ ହୋଇଛି । ନିଜ ସ୍ୱାମୀଙ୍କ ହତ୍ୟା ପରେ ୧୯୮୦ରେ ଖାଲିଦା ଜିଆ ରାଜନୀତିକୁ ଆସିଥିଲେ । ତାଙ୍କ ଉପରେ ଭ୍ରଷ୍ଟାଚାର ଓ ହିଂସା ସହିତ ଜଡିତ ପ୍ରାୟ ଅଧାଅଧି ମାମଲା ରହିଛି । ଏହି ମାମଲାରେ ଜିଆଙ୍କ କହିବା କଥା ଯେ, ତାଙ୍କ ପରିବାରକୁ ରାଜନୀତିରୁ ଦୂର କରିବା ପାଇଁ ଏହା ଏକ ଚକ୍ରାନ୍ତ । ଜିଆଙ୍କୁ ବାଂଲାଦେଶ ଜାତୀୟତା ଦଳରୁ ୨୦୧୪ରୁ ବହିଷ୍କାର କରାଯାଇଛି ।

ସୂଚନାଥାଉ କି, ନିକଟରେ ବାଂଲାଦେଶର ଏକ ଅଦାଲତରେ ୨୦୦୪ ଗ୍ରେନେଡ ଆକ୍ରମଣ ମାମଲାରେ ଖାଲିଦା ଜିଆଙ୍କ ପଳାତକ ପୁଅ ତାରିଖ ରେହମାନଙ୍କୁ ଆଜୀବନ ଓ ଅନ୍ୟ ୧୯ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି । ଏହି ମାମଲାରେ ୨୪ ଲୋକ ମୃତ୍ୟୁବରଣ କରିଥିବା ବେଳେ ସେତେବେଳେ ବିପକ୍ଷ ଦଳର ପ୍ରମୁଖ ଥିବା ଶେଖ ହସିନାଙ୍କ ସହିତ ପ୍ରାୟ ୫୦୦ ଲୋକ ଆହତ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ