Connect with us

ଦେଶ

ଭୂପେଶ ବାଘେଲ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ

ସାଙ୍କେତିକ ଚିତ୍ର

ଭୂପେଶ ବାଘେଲ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ
ରାୟପୁର୧୬।୧୨:- ବହୁ ତର୍ଜମା ପରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ହେବା ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟାଇଛି କଂଗ୍ରେସ । ରବିବାର ରାୟପୁରଠାରେ ବିସିଥିବା ନବନିର୍ବାଚିତ ବିଧାୟକମାନଙ୍କ ବୈଠକରେ ଭୂପେଶ ବାଘେଲଙ୍କୁ ବିଧାୟକ ଦଳ ନେତାଭାବେ ଉପସ୍ଥାପିତ କରାଯାଇଛି । ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଶାୟୀ ସଂଖ୍ୟାଧିକ ହୋଇଥିବାରୁ ଦଳରେ ଟଣାଓଟରା ଲାଗି ରହିଥିଲା । ରାଜ୍ୟର ବରିଷ୍ଠ ନେତା ଟି.ଏସ୍‌. ସିଂ ଦେଓ, ତାମ୍ରଧ୍ୱଜ ସାହୁ,ଚରଣ ଦାସ ମହନ୍ତଙ୍କ ସହିତ ଆଲୋଚନା ପରେ ଶେଷ ନିଷ୍ପତି ନିଆଯାଇଥିଲା ।

ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଥିବା ଟି.ଏସ୍‌. ସିଂ ଦେଓ ଭୂପେଶଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଏହାକୁ ଅନ୍ୟମାନେ ସମର୍ଥନ କରିଥିଲେ ବୋଲି ଏଆଇସିସି ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖର୍ଗେ ଘୋଷଣା କରିଛନ୍ତି । ସନ୍ଧ୍ୟାରେ ଭୂପେଶ ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲଙ୍କୁ ଭେଟି ସରକାରଗଠନ ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ତାଲିକା ପ୍ରଦାନ କରିଛନ୍ତି ।

ଭୂପେଶ ବାଘେଲ ସୋମବାର ମୁଖ୍ୟମନ୍ତ୍ରୀଭାବେ ସ୍ଥାନୀୟ ସାଇନ୍ସ୍‌ କଲେଜ ପଡ଼ିଆଠାରେ ଅପରାହ୍ନ ୪ଟା ୩୦ ମିନିଟରେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ