Connect with us

ଆଞ୍ଚଳିକ

ଭୁବନେଶ୍ୱର ପ୍ୟାରେଡ଼ ଉତ୍ସବରେ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ପ୍ୟାରେଡ଼ ଉତ୍ସବରେ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ପ୍ୟାରେଡ଼ ଉତ୍ସବରେ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪ା୮: ଆଜି ରାଜଧାନୀରେ ରାଜ୍ୟ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ଗାନ୍ଧୀମାର୍ଗଠାରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ୟାରେଡ଼ ଉତ୍ସବରେ ୪୫ ପ୍ଲାଟୁନ ପରିବର୍ତେ ୨୧ ପ୍ଲାଟୁନ ଫୋର୍ସ ଅଂଶ ଗ୍ରହଣ କରିବେ । ସମ୍ଭାବ୍ୟ ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ଅଂଶଗ୍ରହଣ ନ କରିବା ପାଇଁ ବାରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୯ଘଟିକାରେ ଜାତୀୟ ପତାକା ଉତୋଳନ କରିବା ସହ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିବେ । ଏହା ପରେ ଉପସ୍ଥିତ ଦର୍ଶକ ମାନଙ୍କୁ ତାଙ୍କର ଅଭିଭାଷଣ ପ୍ରଦାନ କରିବେ । ଗତ ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ରାଜ୍ୟ ସ୍ତରୀୟ ପ୍ୟ।।ରେଡ଼ରେ ଶ୍ରେଷ୍ଠ ବିବେଚିତ ବିଭିନ୍ନ ଦଳ ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରଦାନ କରିବେ । ପ୍ୟାରେଡ଼ କମାଣ୍ଡର କୁଆମିନାରା ଜୟହିନ୍ଦ ନେତୃତ୍ୱ ନେବେ । ଏହା ପରେ ପ୍ୟାରେଡ଼ ଆରମ୍ଭ ହେବ । ଭୁବନେଶ୍ବର ଏସଟିଏଫର ଏସ.ପି ଡ. ସତ୍ୟଜିତ୍ ନାୟକ ପ୍ୟାରେଡ଼ ପରିଚାଳନା କରିବେ । ଏହି ୨୧ଟି ପ୍ଲାଟୁନ ମଧ୍ୟରେ ରହିଛନ୍ତି ସିଆଇଏସଏଫ, ଆରପିଏଫ୍, ଇଣ୍ଡୋ ତିବ୍ଦତାନ ବର୍ଡ଼ର ପୋଲିସ, ଆଇଆରବି ବାଟାଲିୟନ, ଓଡ଼ିଶା ରାଜ୍ୟ ସଶସ୍ତ୍ର ବାହିନୀ, ଓଡ଼ିଶା ଶିଳ୍ପ ନିରାପତା ବାହିନୀ, ପଶ୍ଚିମବଙ୍ଗ ପୋଲିସ ବାହିନୀ, ସ୍ୱତନ୍ତ୍ର ନିରାପତା ବାହିନୀ, ଓଡ଼ିଶା ସୁଇଫ୍ଟ ଆକ୍ସନ ଫୋର୍ସ, ଶସସ୍ତ୍ର ଆରକ୍ଷଣ ଆରକ୍ଷୀ, ଓଡ଼୍ରାଫ ୟୁନିଟ୍, ଟ୍ରାଫିକ ପୋଲିସ ମହିଳା, ପୁରୁଷ, ଗୃହରକ୍ଷୀବାହିନୀ ପୁରୁଷ-ମହିଳା, ଅଗ୍ନିଶମ ସେବା, ରାଜ୍ୟ ପୋଲିସ ବାହିନୀର ବ୍ରାସ ବ୍ୟାଣ୍ଡ ଏବଂ ଅଗ୍ନିଶମ ବ୍ରାସ ବ୍ୟାଣ୍ଡ, ଆର୍ମିର ୧୨୦ ପଦାଧିକ ବାହିନୀ, ସିଆରପିଏଫ୍, ବର୍ଡ଼ର ସିକ୍ୟୁରିଟି ଫୋର୍ସ । ରାଜ୍ୟ ମୁଖ୍ୟମନ୍ତ୍ରୀ ୮.୫୮ ମିନିଟରେ ପ୍ୟାରେଡ଼ ସ୍ଥଳରେ ପହଂଚିବେ । ମୁଖ୍ୟ ଶାସନ ସଚିବ, ଡିଜି ପୋଲିସ ଏବଂ ଏନସିସିର ମହାନିର୍ଦ୍ଦେଶକ ତାଙ୍କୁ ଅଭ୍ୟର୍ଥନା ଜଣାଇବେ । ସେହିକ୍ରମରେ ସମ୍ପୃକ୍ତ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବିଦାୟ ଦେବେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ