Connect with us

ଖେଳ

ଭୁବନେଶ୍ୱରରେ ସ୍ପେନ ଏବଂ ଇଂଲଣ୍ଡ ହକି ଟିମ୍

image

ଭୁବନେଶ୍ୱରରେ ସ୍ପେନ ଏବଂ ଇଂଲଣ୍ଡ ହକି ଟିମ୍
ଭୁବନେଶ୍ୱର,୨୩ା୧୧: ଆସନ୍ତା ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ କପ ହକିର ପ୍ରତିଯୋଗିତାର ଯୋଗ ଦେବା ପାଇଁ ଆଜି ସ୍ପେନ ଏବଂ ଇଂଲଣ୍ଡ ଟିମ୍ ଆସି ଭୁବନେଶ୍ୱରରେ ପହଂଚିଛନ୍ତି । ସେମାନଙ୍କୁ ଭୁବନେଶ୍ୱର ଏୟାରପୋର୍ଟରେ କ୍ରୀଡ଼ା ବିଭାଗ ପକ୍ଷରୁ ସ୍ୱାଗତ କରାଯିବା ସହ ସ୍ୱତନ୍ତ୍ର ବସରେ ହୋଟେଲକୁ ଅଣାଯାଇଥିଲା । ହୋଟେଲରେ ମଧ୍ୟ ଅନୁରୂପ ଭାବେ ଫୁଲ ଓ ଚନ୍ଦନ ଲଗାଯାଇ ତାଙ୍କୁ ସ୍ୱାଗତ କରାଯାଇଥିଲା ।

ଅନ୍ୟପକ୍ଷରେ ଆସିଥିବା ଇଂଲଣ୍ଡ ଟିମ୍ ତାରକା ହୋଟେଲରେ ରହିବେ । ମାତ୍ର ସେମାନେ ରେଷ୍ଟୁରାଂଟରେ ଖାଇବେ ବୋଲି ହକି ଇଣ୍ଡିଆ ପକ୍ଷରୁ କ୍ରୀଡ଼ା ବିଭାଗକୁ ଚିଠି ଆସିଛି । ମଂଚେଶ୍ୱର ନିକଟରେ ଥିବା ଏକ ରେଷ୍ଟୁରାଂଟରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶୁକ୍ରବାର ଅପରାହ୍ନ ୧.୩୦ ସମୟରେ ସ୍ପେନର ହକି ଟିମ୍ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚିଥିଲେ । ସ୍ପେନ୍ ପୂର୍ବରୁ ବୁଧବାର ଆର୍ଜେଂଟିନା ଓ ଦକ୍ଷିଣ ଆଫ୍ରିକା ଟିମ୍ ପହଂଚିଥିବା ବେଳେ ଗୁରୁବାର ଫ୍ରାନ୍ସ ଓ ଚୀନ୍ ଦଳ ଭୁବନେଶ୍ୱରରେ ପହଂଚିଛନ୍ତି । ଆସନ୍ତା ନଭେମ୍ବର ୨୮ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ରେ ହକି ବିଶ୍ୱକପ ଆରମ୍ଭ ହେବ । ଏଥିରେ ଭାରତ ସମତେ ମୋଟ ୧୬ଟି ଦଳ ଭାଗ ନେବେ । ଏହା ପୂର୍ବରୁ ଏଥିରେ ଭାଗ ନେବାକୁ ଯାଉଥିବା ଦଳ ଗୁଡିକ ପର୍ଯ୍ୟାୟକ୍ରମେଏଠାରେ ପହଂଚୁଛନ୍ତି । ୨୫ ତାରିଖ ସୁଦ୍ଧା ସମସ୍ତ ଦଳ ଭୁବନେଶ୍ୱରରେ ପହଂଚିବେ ।

ଏହି ବିଶ୍ୱ କପର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଓସ୍କାର ବିଜେତା ଏ. ଆର. ରହେମନ୍ ଆଜି ଭୁବନେଶ୍ୱରରେ ଆସି ପହଂଚିଛନ୍ତି । ଏଠାରେ ପହଂଚିବା ପରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ