Connect with us

ଓଡିଶା

ଭିତରକନିକାରେ ପକ୍ଷୀଗଣନା ଶେଷ

ସାଙ୍କେତିକ

ଭିତରକନିକାରେ ପକ୍ଷୀଗଣନା ଶେଷ
ଆସିଛନ୍ତି ୭୪ପ୍ରଜାତିର ୧,୦୯୦୫୯ପକ୍ଷୀ
ରାଜନଗର,୭ା୧ : ବିଶ୍ୱ ପ୍ରସିଦ୍ଧ ଭିତରକନିକାରେ ପକ୍ଷୀ ଗଣନା ଶେଷ ହୋଇଛି । ଚଳିତବର୍ଷ ୧ଲକ୍ଷ ୯ହଜାର ୫୯ ପକ୍ଷୀ ଆସିଥିବା ଜଣାପଡିଛି । ଗତ୬ତାରିଖ ଦିନ ୧୯ଟି ଦଳ ଭିତରକନିକା ପାଟିଆ, ଭଣ୍ଡିତୁଠ ପାଟିଆ, ଖୋଳା, ଡାଙ୍ଗମାଳ ଜେଠି, ନଳିତାପାଟିଆ, ଦୁର୍ଗାପୁର ମୁହାଁଣ, ଲକ୍ଷ୍ମୀପ୍ରସାଦ ଡିଆ, କାଳୀ ଭଂଜଡିଆ, କଂଟିଆଖାଇ, ସାତଭାୟା, ୧୬ନମ୍ବର ଘେରୀ, ମଗରକନ୍ଦା, ରବି ତ୍ରିପାଠୀ ଘେରୀ, ଅଙ୍ଗାରୀପାଟିଆ, ଚିଂଚିରୀ ମୁହାଁଣ, କାକରା ପାଟିଆ(ଅଡାଶଲ ଗାଁ), ଶର୍ମା ଘେରୀ, ଜଉଦିଆ, ଚିତଉକୋଲା, ରାଇପାଟିଆ, ଗୋଜ, ଭିତରକନିକା ମୁହାଁଣ, ଧନୀ ଡିଆ, ମାଇପୁରା ମୁହାଁଣ, ରାଜଗଡ, ରାଜପୁର, ପଦିନୀ, ହଂସିଣା, ଏକମାଣିଆ, ବରୁଣେଇ ମୁହାଁଣ, ସୁନ୍ଦୁରୀ ପାଳ, ପ୍ରହରାଜପୁର, ଶାସନପେଟା, ଚଟକା,ଜମ୍ବୁ, ଗୋବରୀନଦୀ ମୁହାଁଣ, ଟୁବି, ସରଳୀକୂଦ, ହେଟାମୁଣ୍ଡିଆ, କଂସାରିଡିଆ, ବତୀଘର ପ୍ରଭୃତି ସହ କୁଜଙ୍ଗ ରେଂଜରେ ମଧ୍ୟ ଗଣନା କରାଯାଇଥିଲା ।

ପକ୍ଷୀ ବିଶାରଦଙ୍କ ମଧ୍ୟରେ ବିଶିଷ୍ଟ ପକ୍ଷୀ ବିଶାରଦ ଡଃ ବାଲଚନ୍ଦ୍ରମ, ବମ୍ବେ ନ୍ୟାଚୁରାଲହିଷ୍ଟ୍ରିର ସଭାପତି ମଧୁସ୍ମିତ ପତି, ବିଶ୍ୱଜିତ ମହାନ୍ତି, ଗୋହର ଆବେଦିନ, ବିରଜାପ୍ରସାଦ ପତି, ପ୍ରଫେସର ସୁଶୀଲ ଦତ, ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ, ଡଃ ଶିବପ୍ରସାଦ ପରିଡା, ସୁଧାଂଶୁ ପରିଡା, ରଂଜିତ ପଟ୍ଟନାୟକ, ଶୁଶାନ୍ତକୁମାର ଦାସ, ଏସିଏଫ ଅରବିନ୍ଦ ମିଶ୍ର, ଅମରେଶନାଥ ପ୍ରଧାନ, ଫରେଷ୍ଟର ବିଜୟକୁମାର ପାତ୍ର, ପକ୍ଷୀ ବିଶାରଦ ବିଜୟକୁମାର ଦାସ ପ୍ରମୁଖଙ୍କ ସହ ବନକର୍ମଚାରୀ ଗଣନାରେ ସାମିଲ ହୋଇଥିଲେ । ଚଳିତବର୍ଷ ୭୪ଟି ପ୍ରଜାତିର ପକ୍ଷୀ ଆସିଥିଲା ବେଳେ ସର୍ବାଧିକ ୧୨ପ୍ରଜାତିର ଗିଜ୍ ଆଣ୍ଡ ଡକ୍ସ୫୮,୩୦୯ଟି ଆସିଛନ୍ତି ।

ଚଳିତବର୍ଷ ବାର୍ଡ ହେଡେଡ ଗିଜ୍, ରୁଡି ସେଲଡକ, ନର୍ଦ୍ଦନ ଶୋଭେଲର, ନର୍ଦ୍ଦନ ପିନଟେଲ, ବ୍ଲାକଟିଲ୍ଡ ଗଡ ୱିଟ୍, ୟୁରେସିଆନ ୱିଗନ, ଲିଟିଲ୍ ଗ୍ରଭ, ପଲ୍ସ ଗଲ, ଏସିଆନ ଓପନବିଲ ଷ୍ଟର୍କ, କମନ ପୋଚାର୍ଡ ଆସିଛନ୍ତି । ସୋରବାର୍ଡ ୱାର୍ଡସ ୧୪ହଜାର୬୬୮ଟି ଆସିଥିବା ବେଳେ ତା ପଛକୁ ହରୋନ୍ସ ଇଗ୍ରେଟ୍ସ ବିଟେରନ ଆସିଥିବା ଜଣାପଡିଛି । ମୁଖ୍ୟତଃ ପେଲିକାନ ପକ୍ଷୀଙ୍କୁ ଚଳିତବର୍ଷ ଦେଖିବାକୁ ମିଳିନାହିଁ । ଗତବର୍ଷ ୧୮୩ ପ୍ରଜାତିର ୧,୧୨୯୩୭ ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୩,୮୭୮ଟି ପକ୍ଷୀ କମ ଆସିଥିବା ଜଣାପଡିଛି ।

ମୁଖ୍ୟତଃ ଚିଙ୍ଗୁଡିଘେରୀରୁ ନିର୍ଗତ ଦୂଷିତ ଜଳ ଓ ବର୍ଜ୍ୟବସ୍ତୁ ଏବଂ ବିଶେଷକରି ବହୁଦିନ ଧରି ବର୍ଷା ନହେବା କାରଣରୁ ଜଳାଶୟ ଓ ପାଣି ପାଟିଆଗୁଡିକ ଶୁଖି ଯାଇଥିବାରୁ ଗତ ବର୍ଷ ତୁଳନାରେ ପକ୍ଷୀ କମ ଥିବା ପକ୍ଷୀ ବିଶାରଦମାନେ ଅନୁମାନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା