Connect with us

ଦେଶ

ଭାରତ ମାନଚିତ୍ରରେ ନାହିଁ କାଶ୍ମୀର

ସାଙ୍କେତିକ ଚିତ୍ର

ଏଏମ୍ୟୁରେ ପୋଷ୍ଟର ବିବାଦ
ଭାରତ ମାନଚିତ୍ରରେ ନାହିଁ କାଶ୍ମୀର
ଆଲିଗଡ଼,୧୯ା୧୧ : ଆଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟରେ ପୁଣିଥରେ ବିବାଦ ଦେଖାଯାଇଛି । ବିଶ୍ୱବିଦ୍ୟାଳୟ ପରିସରରେ ଲାଗିଥିବା ଏକ ପୋଷ୍ଟରକୁ ନେଇ ଏହି ବିବାଦ ଉପୁଜିଛି । ପୋଷ୍ଟରରେ ଏକ ଭାରତ ମାନଚିତ୍ର ରହିଛି ଯେଉଁଥିରେ କାଶ୍ମୀରକୁ ଭାରତର ଅଂଶ ଭାବେ ବିବେଚନା କରାଯାଇନାହିଁ । ବିଶ୍ୱବିଦ୍ୟାଳୟର କିଛି ଛାତ୍ର ଭାରତ ବିଭାଜନକୁ ନେଇ ଏକ ନାଟକ ମଞ୍ଚସ୍ଥ କରିବା ପାଇଁ ପ୍ରସ୍ତୁତି କରିଥିଲେ । ଯେଉଁଥିରେ ଏହି ପୋଷ୍ଟର ବ୍ୟବହାର କରାଯାଇଥିଲା ।

ବିଶ୍ୱବିଦ୍ୟାଳୟ ଲୋକ ସମ୍ପର୍କ ଅଧିକାରୀଙ୍କ କହିବା ଅନୁସାରେ ଏହି ନାଟକର ଦାୟିତ୍ୱ ନେଇଥିବା ଅଧ୍ୟାପକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସମ୍ପୃକ୍ତ ନାଟକ ମଞ୍ଚସ୍ଥକୁ ବାତିଲ କରାଯାଇଛି । ଏହି ପୋଷ୍ଟର କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇନଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଅସଗର ବଜାହତଙ୍କ ରଚିତ ପୁସ୍ତକ ‘ଜିନ ଲାହୋର ନେହିଁ ବେଖ୍ୱା ଓ ଜନ୍ମଯାଇ ନଇ’ର ଏକ ଅଂଶକୁ ବିଶ୍ୱବିଦ୍ୟାଳୟରେ ମଞ୍ଚସ୍ଥ କରିବାକୁ ଯୋଜନା ରଖାଯାଇଥିଲା । ଏହି ପୁସ୍ତକ ଭାରତ-ପାକିସ୍ତାନ ବିଭାଜନ ଉପରେ ଆଧାରିତ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ