Connect with us

ଦେଶ

ଭାରତ-ଜାପାନ ମଧ୍ୟରେ ୬ ରାଜିନାମା ସ୍ୱାକ୍ଷର

ସାଙ୍କେତିକ ଚିତ୍ର

ଭାରତ-ଜାପାନ ମଧ୍ୟରେ ୬ ରାଜିନାମା ସ୍ୱାକ୍ଷର
ଟୋକିଓ,୨୯ା୧୦ : ଜାପାନର ରାଜଧାନୀ ଟୋକିଓଠାରେ ଦ୍ୱିପାକ୍ଷିକ କଥାବାର୍ତ୍ତା ଅବସରରେ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ରେଳ ଓ ନୌସେନା ସହଯୋଗ ସମେତ ୬ଟି ରାଜିନାମା ସ୍ୱାକ୍ଷର କରିଛନ୍ତି । ଏହାସହ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏବଂ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ‘୨+୨’ କଥାବାର୍ତ୍ତାକୁ ନେଇ ସହମତି ପ୍ରକାଶ ପାଇଛି ।

ମୋଦି ଏବଂ ଆବେ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଡିଜିଟାଲ ସହଭାଗିତା, ସାଇବର ସ୍ପେସ୍, ସ୍ୱାସ୍ଥ୍ୟ, ପ୍ରତିରକ୍ଷା ସମୁଦ୍ର ଓ ମହାକାଶ ଗବେଷଣା କ୍ଷେତ୍ରରେ ସହଯୋଗ ନେଇ ରାଜିନାମା ହୋଇଛି । ଜାପାନ ନିବେଶକ ଭାରତରେ ୨.୫ ଶହ କୋଟି ଡଲାର ନିବେଶ କରିବାକୁ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଥିଲେ । ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ଏହା ତ୍ରୟୋଦଶ ସମିତି କଥାବାର୍ତ୍ତା । ରବିବାର ସକାଳେ ହୋଇଥିବା କଥାବାର୍ତ୍ତାରେ ଆଞ୍ଚଳିକ ସୁରକ୍ଷା ଓ ପ୍ରତିରକ୍ଷା ସହଭାଗିତାକୁ ଗୁରୁତ୍ୱ ଦିଆଯାଇଥିବା ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର ଟୁଇଟ୍ କରିଥିଲେ ।

ଏହି ଅବସରରେ ନରେନ୍ଦ୍ର ମୋଦି କହିଥିଲେ ଯେ, ଟୋକିଓରେ ମିଳିଥିବା ଆତ୍ମିୟତା ଓ ସ୍ୱାଗତ ତାଙ୍କ ଯାତ୍ରାକୁ ଅବିସ୍ମରଣୀୟ କରିଦେଇଛି । ପୁରାତନ ଜ୍ଞାନ ଓ ନୂଆ ବୈଷୟିକ ଜ୍ଞାନକୌଶଳର ଯୁଗଳବନ୍ଦୀରେ ମାନବ ବିକଶ ସମ୍ଭବ ବୋଲି ଜାପାନ ବିଶ୍ୱକୁ ଶିକ୍ଷା ପ୍ରଦାନ କରିଛି । ଭାରତ ଏବଂ ଜାପାନ ମଧ୍ୟରେ ବହୁ ସମାନତା ରହିଛି । ଦୁଇଦେଶର ସମ୍ପର୍କ ଗଣତାନ୍ତ୍ରିକ ମୂଲ୍ୟବୋଧରେ ଆଧାରିତ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ